କରୋନା ପ୍ରଭାବ: ଏବର୍ଷ ବି ଖଣ୍ଡଗିରି ମେଳା ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଖଣ୍ଡଗିରି ମେଳାକୁ ନେଇ ଆସିଛି ବଡ଼ ଖବର । ଚଳିତବର୍ଷ ମଧ୍ୟ ବନ୍ଦ ହେବ ଖଣ୍ଡଗିରି ମେଳା । କୋଭିଡ କଟକଣା ପାଇଁ ଏଥର ବି ଖଣ୍ଡଗିରି ମେଳା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଖଣ୍ଡଗିରି ମେଳା ବନ୍ଦ ନେଇ ବିଏମସି ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି । ତେବେ ଜନ ସମାଗମ ଉପରେ ରୋକ୍ ଲାଗିଛି, ଫଳରେ ବନ୍ଦ ହୋଇପାରେ ଖଣ୍ଡଗିରି ମେଳା ବୋଲି ସେ କହିଛନ୍ତି ।

ତେବେ ରାଜ୍ୟରେ ଆଜି ୪୮୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୦୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୬୭୧ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୬୮ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୭୩ ହଜାର ୯୦୭ ରହିଥିବା ବେଳେ ୫୮ ହଜାର ୫୩୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।