ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଜେଫ୍ ବେଜୋସ୍‌ , ଜାଣନ୍ତୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ: ଆମାଜନ୍ ପ୍ରତିଷ୍ଠାତା ତଥା ଆରବପତି ଜେଫ୍ ବେଜୋସ୍ । ବର୍ତ୍ତମାନ ସେ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତାଙ୍କ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ ଲରେନ୍ ସାନଚେଜଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହରେ ଖର୍ଚ୍ଚ ହେବ ୬୦୦ ମିଲିୟନ୍ ଡଲାର (୫୦୯୭ କୋଟି ) । ଜେଫ୍ ଏବଂ ଗାର୍ଲଫ୍ରେଣ୍ଡ ଲରେନ ସାନଚେଜଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ୨୦୨୩ରେ ଦୁହିଁଙ୍କର ନିର୍ବନ୍ଧ ହୋଇସାରିଛି । ଏହି ଗ୍ରାଣ୍ଡ ୱେଡିଂରେ ୧୮୦ ଜଣ ଅତିଥି ସାମିଲ ହେବାକୁ ଥିବାବେଳେ ଏକ ବଡ଼ ରେଷ୍ଟୁରାଣ୍ଟ ମାସୁହିସାରେ ଏ ନେଇ ପ୍ରସ୍ତୁତି କରାଯିବ । ୨୬ରୁ ୨୭ ପର୍ଯ୍ୟନ୍ତ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତେବେ ବିବାହକୁ ନେଇ ଜେଫଙ୍କ ତରଫରୁ କୌଣସି ଅଧିକାରିକ ସୂଚନା ଦିଆଯାଇ ନାହିଁ ।

ଆପଣ କେବେ ଭାବିଛନ୍ତି ଜେଫ୍ ବେଜୋସ୍ କେତେ ପାଠ ପଢ଼ିଛନ୍ତି ? କୋଟି କୋଟି ଟଙ୍କାର ବ୍ୟବସାୟ ସେ କିପରି ଭାବରେ ଛିଡ଼ା କରିଛନ୍ତି । ୧୯୬୪ ମସିହା ୧୩ ଜାନୁଆରୀ ଅଲବୁବର୍କ, ନ୍ୟୁ ମେକ୍ସିକୋରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଲାଳନ ପାଳନ ହଷ୍ଟନରେ ହୋଇଥିଲା । ମିଆମି ଫ୍ଲୋରିଡାରୁ ସେ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ୧୯୮୬ରେ ସେ ପ୍ରିନଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ୪.୨ ଗ୍ରେଡ୍ ସହ ଇଲେକ୍ଟ୍ରିକାଲ ଇଂଜିନିୟରିଂ ଏବଂ କମ୍ପ୍ୟୁଟର ବିଜ୍ଞାନରେ ବ୍ୟାଚେଲର ଅଫ୍ ସାଇନ୍ସରେ ସ୍ନାତକ ଡିଗ୍ରୀ କରିଥିଲେ । ଏକ ସାକ୍ଷାତକାରରେ ଜେଫ୍ କହିଥିଲେ କି ସେ ହାଇସ୍କୁଲ ପଢ଼ିବା ସମୟରେ ମ୍ୟାକ୍ ଡୋନାଲ୍ଡସରେ ଏକ ସର୍ଟ ଅର୍ଡର ଲାଇନ୍ କୁକ୍ ଭାବରେ କାମ କରିଥିଲେ । ହାଇସ୍କୁଲ ପଢ଼ିବା ସମୟରେ ସେ ନ୍ୟାସନାଲ ମେରିଟ୍ ସ୍କଲାର ଏବଂ ୧୯୮୨ରେ ସିଲଭର ନାଇଟ୍ ଆୱାର୍ଡ଼ରେ ସମ୍ମାନିତ ହୋଇଥିଲେ । ୧୯୯୪ରେ ସେ ଆମାଜନ୍ ପ୍ରତିଷ୍ଠା କରିଥିଲେ । ୨୦୧୮ରେ କମ୍ପାନୀର ନେଟ୍ ୱର୍ଥ ମୋଟ୍ ୯୦୦ ବିଲିୟନ୍ ଡଲାର ଥିଲା । ବ୍ଲୁମ୍ ବର୍ଗ ରିପୋର୍ଟ ଅନୁଯାୟୀ ଜେଫ୍ ବେଜୋସଙ୍କ ନେଟ୍ ୱର୍ଥ ୨୪୪ ଆରବ ଡଲାର ।