fbpx

ଦୁନିଆର ସବୁଠାରୁ ପରିଶ୍ରମୀ ଜୀବ! ମଣିଷକୁ ପକାଇଲା ପଛରେ…..

Advertisement

ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ବିଭିନ୍ନ କାମରେ ପରିଶ୍ରମ କରିଥାଏ । ବିନା ପରିଶ୍ରମରେ କୌଣସି ଜୀବ ବଞ୍ଚି ରହିବା ସମ୍ଭବ ନୁହେଁ । ତେବେ ଆପଣ ଜାଣନ୍ତି ଦୁନିଆର ସବୁଠାରୁ ପରିଶ୍ରମୀ ଜୀବ କିଏ? ପ୍ରାୟ ସମସ୍ତଙ୍କ ଉତ୍ତର ହୋଇପାରେ ମଣିଷ । କିନ୍ତୁ ପ୍ରକୃତରେ ସବୁଠୁ ଅଧିକ ପରିଶ୍ରମ କରୁଥିବା ଜୀବ ହେଉଛି ପିମ୍ପୁଡି । ପିମ୍ପୁଡ଼ିମାନଙ୍କ ବିଷୟରେ ଏହି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ହୁଏତ ଆପଣ ପୂର୍ବରୁ କେବେ ଜାଣି ନଥିବେ । କିନ୍ତୁ ଏ କଥାଟି ଏକଦମ ସତ । କେମିତି ଆସନ୍ତୁ ଜାଣିବା:-

ଆପଣମାନେ ଅନେକ ସମୟରେ ପିମ୍ପୁଡ଼ିକୁ ଏକ ଲମ୍ବା ଧାଡ଼ିରେ ଚାଲୁଥିବାର ଦେଖିଥିବେ । କିନ୍ତୁ କେବେ ଭାବିଛନ୍ତି କି ଗୋଟିଏ ଧାଡ଼ିରେ ସେମାନେ କିପରି ଚାଲନ୍ତି ବା ଧାଡ଼ିରୁ ସେମାନେ କାହିଁକି ଅଲଗା ହୁଅନ୍ତି ନାହିଁ । ପିମ୍ପୁଡ଼ିମାନେ ବହୁତ ସାମଜିକ ହୋଇଥିବାରୁ ଗୋଟିଏ ଧାଡ଼ିରେ ଚାଲିବାକୁ ପସନ୍ଦ କରିଥାନ୍ତି । ଅତି ସାଧାରଣ ଦେଖା ଯାଉଥିବା ଏହି ପିମ୍ପୁଡ଼ି ଏପରି ଭୟଙ୍କର ଭାବେ ଲଢେଇ କରନ୍ତି ଯେ ଏଥିରେ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ । ମହୁମାଛି ଭଳି ଏମାନେ ନିଜ କାମକୁ ପରସ୍ପର ମଧ୍ୟରେ ବାଣ୍ଟି ଦେଇଥାନ୍ତି ।

ଛୋଟ ଦେଖା ଯାଉଥିବା ପିମ୍ପୁଡ଼ିମାନଙ୍କ ମସ୍ତିଷ୍କରେ ପାଖାପାଖି ୨.୫୦ ଲକ୍ଷ କୋଷିକା ଥାଏ । ଏହି କୋଷିକା ଦ୍ୱାରା ଏମାନେ ନିଜର ଛୋଟ ମସ୍ତିଷ୍କକୁ ଲଗାତାର ଭାବେ କାର୍ଯ୍ୟରେ ଲଗାଇଥାନ୍ତି । ସେହିପରି ପିମ୍ପୁଡ଼ିମାନେ ନିଜ ଶରୀରକୁ ବିଶ୍ରାମ ନଦେଇ ପରିଶ୍ରମ କରିଥାନ୍ତି । କେବଳ ଅଳ୍ପ ସମୟ ପାଇଁ ଢୋଳେଇ ବିଶ୍ରାମ ନେଇଥାନ୍ତି ଏହି ପିମ୍ପୁଡ଼ି । ଗୋଟେ ଦିନରେ ପାଖାପାଖି ୨୫୦ଥର ଢୋଳେଇ ଥାନ୍ତି ଏହି ପିମ୍ପୁଡ଼ି, ଯାହା ମୋଟ ୧ ମିନିଟରୁ ବି କମ ସମୟ ପାଇଁ ହୋଇଥାଏ ।

ପିମ୍ପୁଡ଼ି ନିଜ ଶରୀର ଠାରୁ ୨୦ଗୁଣ ଅଧିକ ଓଜନର ଖାଦ୍ୟ ବୋହି ପାରନ୍ତି । ତେବେ ସବୁଠୁ ବଡ କଥା ହେଉଛି ପିମ୍ପୁଡ଼ି ମାନଙ୍କର କାନ ନଥାଇ ମଧ୍ୟ ସେମାନେ କେବଳ ଅନୁଭବ କରି ନିଜ କାମ କରିଥାନ୍ତି । ସେହିପରି କିଛି ପିମ୍ପୁଡ଼ିଙ୍କର ପର ଥାଏ ତ କିଛି ପିମ୍ପୁଡ଼ିଙ୍କର ପର ନଥାଏ । ପିମ୍ପୁଡ଼ିମାନଙ୍କୁ ଥଣ୍ଡା ପସନ୍ଦ ନଥିବାରୁ ଶୀତ ସମୟରେ ଏମାନେ ଗରମ ସ୍ଥାନରେ ଲୁଚି ଯାଇଥାନ୍ତି ।

ଏକ ରିସର୍ଚ୍ଚ ଅନୁସାରେ ପିମ୍ପୁଡ଼ି ୧୩୦ ମିଲିୟନ ବର୍ଷରୁ ପୃଥିବୀରେ ଅଛନ୍ତି । ଏମାନଙ୍କର ପାଖାପାଖି ୧୩ ହଜାର ୩୭୯ ପ୍ରଜାତି ଦେଖିବାକୁ ମିଳିଥାଏ । ଏପରିକି ପ୍ରତ୍ୟେକ ପିମ୍ପୁଡ଼ିଙ୍କର ୨ଟି ପେଟ ଥିବା ରିସର୍ଚ୍ଚରୁ ଜଣା ପଡ଼ିଛି ।

Get real time updates directly on you device, subscribe now.