fbpx

OFDC ଅଧ୍ୟକ୍ଷ ପଦ ଛାଡ଼ିଲେ କୁନା ତ୍ରିପାଠୀ: OPDC ପଦରୁ ଓହରିଲେ ସୁବାସ ପାତ୍ର

Advertisement

ଭୁବନେଶ୍ୱର: ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ(OFDC) ରୁ ବିଦାୟ ନେଇଛନ୍ତି କୁନା ତ୍ରିପାଠୀ । ଓଡ଼ିଆ ସିନେମା ଜଗତର ବରିଷ୍ଠ ଅଭିନେତା କୁନା ତ୍ରିପାଠୀ OFDCର ଅଧ୍ୟକ୍ଷ ପଦ ଛାଡ଼ିଥିବା ସୂଚନା ମିଳିଛି । ସେପଟେ OPDCର ଅଧ୍ୟକ୍ଷ ପଦରୁ ସୁବାସ ଚନ୍ଦ୍ର ପାତ୍ର ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି । ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ ସୁବାସ । ଏହାପୂର୍ବରୁ ଗତକାଲି OSIC ଅଧ୍ୟକ୍ଷ ପଦରୁ ଚିନ୍ମୟ ସାହୁ ଇସ୍ତଫା ପ୍ରଦାନ କରିଥିଲେ ।

ସୂଚନା ଅନୁସାରେ, ଓଡ଼ିଶାର ୩ଟି ପ୍ରମୁଖ ନିଗମର ଅଧ୍ୟକ୍ଷ ନିଜ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ପଦରୁ ବରିଷ୍ଠ ଓଡ଼ିଆ ଅଭିନେତା ସତ୍ୟବ୍ରତ ତ୍ରିପାଠୀ(କୁନା ତ୍ରିପାଠୀ) ଇସ୍ତଫା ଦେଇଥିବା ବେଳେ ସୁବାସ ପାତ୍ର ଓପିଡିସିରୁ ଇସ୍ତଫା ଦେଇଛନ୍ତି । ସୁବାସ ପାତ୍ର ନିଜ ଇସ୍ତଫା ପତ୍ର ନିଗମ ଏମଡିଙ୍କୁ ପଠାଇଛନ୍ତି । ଏହାପୂର୍ବରୁ ଗତକାଲି ଚିନ୍ମୟ ସାହୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ପଦ ଛାଡ଼ିବା ଦେଇ ମୁଖ୍ୟ ଶାସନ ସଚିବଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ।

ସୁବାସ ପାତ୍ର ଗତବର୍ଷ ଜାନୁୟାରୀ ୨୦ରୁ OPDCର ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ । ସେହିପରି ୨୦୨୨ ଅକ୍ଟୋବର ମାସରୁ ଚିନ୍ମୟ OSICର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଓଡ଼ିଶାରେ ନୂଆ ସରକାର ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ନିଗମର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପଦାଧିକାରୀ ନିଜ ପଦରୁ ଇସ୍ତଫା ଦେଉଛନ୍ତି । ପୂର୍ବରୁ ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ (OTDC)ର ଅଧ୍ୟକ୍ଷ ଡ. ଲେନିନ୍ ମହାନ୍ତିଙ୍କ ସମେତ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ମଧ୍ୟ ନିଜ ନିଜ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.