fbpx

ଆପଣ ଲେବର କାର୍ଡ ଯୋଜନାରେ ନାମ ପଞ୍ଜିକରଣ କରିନାହାନ୍ତି, ତେବେ ଶୀଘ୍ର କରାନ୍ତୁ, ରହିଛି ବହୁ ସୁବିଧା

ନୂଆଦିଲ୍ଲୀ: ଶ୍ରମିକଙ୍କୁ ବିଭିନ୍ନ ଜନହିତକାରୀ ଯୋଜନାରେ ସାମିଲ କରିବା ଲକ୍ଷ୍ୟରେ ସରକାର ବହୁ ଯୋଜନା କରିଛନ୍ତି । ଏହି ସବୁର ଲାଭ ପାଇଁ ସରକାର ମଧ୍ୟ ଶ୍ରମିକଙ୍କର ଲେବର କାର୍ଡ କରିଛନ୍ତି । କାର୍ଡଧାରୀ ଶ୍ରମିକ ୧ହଜାରରୁ ୩ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଉଛି । ତେବେ ଏହି କାର୍ଡରେ ଶ୍ରମିକଙ୍କ ପାଇଁ କଣ ସବୁ ସୁବିଧା ରହିଛି ତାହା ଆଗ ଜାଣିବା ଜରୁରୀ ।

ଏହି କାର୍ଡ ନିମ୍ନ ଶ୍ରେଣୀରେ ଥିବା ଶ୍ରମିକଙ୍କୁ ଅନେକ ସୁବିଧା ଦେଇଥାଏ । ତେଣୁ ଦେଖିନିଅନ୍ତୁ, ଏହି ଯୋଜନାରେ ବାହାରିଥିବା ଲିଷ୍ଟରେ ଆପଣଙ୍କ ନାଁ ଅଛି କି ନାହିଁ । ତେବେ ଆଗେ ନିଶ୍ଚିତ ହୁଅନ୍ତୁ କି, ଆପଣ ଆବେଦନ କରିଥିଲେ କି ନାହିଁ? ଯଦି କରିନଥିଲେ, ତେବେ ଶ୍ରମ ବିଭାଗର ସ୍କିଲ ମିଶନ ଅଧୀନରେ ଏହି କାର୍ଡ ପାଇଁ ଆବେଦନ କରନ୍ତୁ । ଆପଣଙ୍କ ନାଁ ସରକାରଙ୍କ ନିକଟରେ ରହିଲା । ଏହା ପରେ କାର୍ଡ ପାଇଁ ଏକ ନମ୍ବର ମିଳିବ । ଏହି ରେଜିଷ୍ଟ୍ରେସନ ନମ୍ବର ମାଧ୍ୟମରେ ସରକାରୀ ଯୋଜନାର ଲାଭ ପାଇପାରିବେ ।

ଦେଶର ସବୁ ଶ୍ରମିକଙ୍କୁ ଯୋଗାଇ ଦେବାକୁ ସରକାରଙ୍କ ଯୋଜନା ରହିଛି । ଶ୍ରମିକଙ୍କୁ ସରକାରୀ ସହାୟତା ସହ କାମ ମଧ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ତେଣୁ ଶ୍ରମ ସଂସାଧନ ବିଭାଗର ୱେବସାଇଟରେ ଚେକ କରିନ୍ତୁ କି ଆପଣଙ୍କ ନାଁରେ କାର୍ଡ ଅଛି କି ନାହିଁ । ଯଦି ଅଛି ତେବେ ଗୋଟିଏ ବର୍ଷ ପରେ ଆପଣଙ୍କୁ ସରକାରଙ୍କ ତରଫରୁ ସାଇକେଲ କିଣିବାକୁ ସାଢେ ତିନି ହଜାର ଟଙ୍କା ଯୋଗାଇ ଦିଆଯିବ । ନିର୍ମାଣ କରିଗରଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ।

ଘର ତିଆରି କରିବା ସମୟରେ ସରକାର ୨୦ ହଜାର ଟଙ୍କା ଦେବେ । ନିକ କାମ ମୁତାବକ, ଉପକରଣ କିଣିବାର ଥିଲେ ୧୫ହଜାର ଟଙ୍କା ଦିଆଯିବ ।

Get real time updates directly on you device, subscribe now.