fbpx

୨୦୨୧ ଡିସେମ୍ବର ତ୍ରୈମାସିକରେ ୯ ଟି ଶିଳ୍ପରେ ହୋଇଛି ୩.୧୪ କୋଟି ନିଯୁକ୍ତି: କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ

ନୂଆଦିଲ୍ଲୀ: ସରକାରୀ ରିପୋର୍ଟ ଅନୁଯାୟୀ ଡିସେମ୍ବର ୨୦୨୧ ତ୍ରେିମାସିକରେ ଦେଶର ପ୍ରମୁଖ ସଂସ୍ଥାମାନଙ୍କରେ ୪ ଲକ୍ଷ ଲୋକ ନୂଆ ଚାକିରି ପାଇଛନ୍ତି । କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଗୁରୁବାର ତ୍ରୈମାସିକ ରୋଜଗାର ସର୍ଭେ ଜାରି କରିବା ସହ ସୂଚନା ଦେଇଛନ୍ତି । ଏହା ଅନୁଯାୟୀ ସେପ୍ଟେମ୍ବର ୨୦୨୧ ତ୍ରୈମାସିକରେ ସଂଗଠିତ କ୍ଷେତ୍ରମାନଙ୍କରେ କାର୍ମଚାରୀଙ୍କ ସଂଖ୍ୟା ୩.୧୦ କୋଟି ରହିଥିଲା ଯାହା ୨୦୨୧ ତ୍ରୈମାସିକରେ ବଢ଼ି ୩.୧୪ କୋଟି ହୋଇଥିଲା ।

ସର୍ଭେ ଅନୁଯାୟୀ ଅର୍ଥବ୍ୟବସ୍ଥାରେ ସୁଧାର ଆସିବା ସହ ରୋଜଗାରରୁ ମଧ୍ୟ ଭଲ ଖବର ଆସିବାରେ ଲାଗିଛି । ନୂତନ ନିଯୁକ୍ତି ସୁଯୋଗ ବଢ଼ିଛି ଏବଂ ବେକାରୀଙ୍କ ସଂଖ୍ୟା କମ୍ ହୋଇଛି । ଆସନ୍ତା ମାସମାନଙ୍କରେ ରୋଜଗାର ବଢ଼ିପାରେ ଏବଂ ଏହି ଟ୍ରେଣ୍ଡ ଜାରି ରହିପାରେ । ଏନେଇ କେନ୍ଦ୍ର ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଟ୍ୱିଟ୍ କରି ଖୁସି ଜାହିର କରିଥିଲେ ।

ସର୍ଭେ ଅନୁଯାୟୀ ଏହି ତୈମାସିକରେ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ସଂଖ୍ୟା ସବୁଠୁ ଅଧିକ ୧.୨୪ କୋଟି ରହିଛି । ଏହି କ୍ଷେତ୍ରରେ ସମୁଦାୟ କର୍ମଚାରୀଙ୍କ ସଂଖ୍ୟା ୩୯ ପ୍ରତିଶତ ରହିଛି । ଏହାପରେ ଶିକ୍ଷା କ୍ଷେତ୍ରରେ କର୍ମଚାରୀଙ୍କ ସଂଖ୍ୟା ୬୯.୨୬ ଲକ୍ଷ ରହିଛି । ଏହା ସମୁଦାୟ କର୍ମଚାରୀଙ୍କ ୨୨ ପ୍ରତିଶତ । ଆଇଟି-ବିପିଓ କ୍ଷେତ୍ରରେ ୩୪.୪୭ ଲକ୍ଷ, ହେଲ୍ଥ ସେକ୍ଟରରେ ୩୨.୮୬ ଲକ୍ଷ, ଟ୍ରେଡ ରେ ୧୬.୮୧ ଲକ୍ଷ, ପରିବହନ କ୍ଷେତ୍ରରେ ୧୩.୨୦ ଲକ୍ଷ ଏବଂ ଫାଇନାନ୍ସସିଆଲ ସର୍ଭିସ ସେକ୍ଟରରେ ୮.୮୫ ଲକ୍ଷ ଲୋକ ଏହି ସମୟରେ ନିଯୁକ୍ତି ପାଇଛନ୍ତି । ହୋଟେଲ ଏବଂ ରେଷ୍ଟୁରାଣ୍ଟରେ କର୍ମଚାରୀଙ୍କ ସଂଖ୍ୟା ୮.୧୧ ଲକ୍ଷ ଏବଂ ନିର୍ମାଣ କ୍ଷେତ୍ରରେ ୬.୧୯ ଲକ୍ଷ ରହିଥିଲା ।

ଏହି ସର୍ଭେ ୯ଟି କ୍ଷେତ୍ରର ସେହି କମ୍ପାନୀ ମାନଙ୍କୁ ନେଇ କରାଯାଇଥିଲା ଯେଉଁଥିରେ ପ୍ରତି କମ୍ପାନୀ ୧୦ କିମ୍ବା ଏହାଠାରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିଲେ ।

Get real time updates directly on you device, subscribe now.