fbpx
BJD
BJD SKY
BJD SKY

Team India ପାଇଁ ବଡ ସମସ୍ୟା: ଦୁଇ ଦିନ ଭିତରେ ଶେଷ ହୋଇପାରେ ଚତୁର୍ଥ ଟେଷ୍ଟ ମ୍ୟାଚ

ଅହମ୍ମଦାବାଦ: ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଶେଷ ଟେଷ୍ଟ । ବର୍ଡର ଗାଭାସ୍କର ଟ୍ରଫିର ଦୁଇଟଇ ମ୍ୟାଚ ପରାଜୟ ପରେ ତୃତୀୟ ମ୍ୟାଚରେ ଜବରଦସ୍ତ କମବ୍ୟାକ କରିଛି ଅଷ୍ଟ୍ରେଲିଆ । ତେଣୁ ଚତୁର୍ଥ ମ୍ୟାଚ ଉଭୟ ଦଳ ପାଇର୍ ଗୁରୁତ୍ୱପୂର୍ଣ୍ଣ ପାଲଟିଯାଇଛି । ଭାରତ ଏହି ମ୍ୟାଚ ଜିତିଲେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଆଶା ଉଜ୍ଜୀବିତ ରଖିବ । ଏହି ମ୍ୟାଚରେ ପରାଜୟ ଭାରତ ପାଇଁ ଖୁବ ମହଙ୍ଗା ପଡିପାରେ । କିନ୍ତୁ ଚତୁର୍ଥ ଟେଷ୍ଟକୁ ନେଇ ଏବେ ଏକ ବଡ ଖବର ସାମନାକୁ ଆସିଛି ।

ଅହମ୍ମଦାବାଦ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ ଏବେ ସଂକଟରେ ପଡିଯାଇଛି । ମାର୍ଚ୍ଚ ୯ ତାରିଖରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ମ୍ୟାଚ । ଏହି ମଇଦାନରେ ଖେଳଯାଇଥିବା ଶେଷ ଦୁଇଟି ମ୍ୟାଚରେ ଗୋଟିଏ ମ୍ୟାଚ ତୃତୀୟ ଦିନରେ ଶେଷ ହୋଇଥିବା ବେଳେ ଅନ୍ୟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତ ବିଜୟଲାଭ କରିଥିଲା । ତେଣୁ ଏହି ମ୍ୟାଚ ଉଭୟ ଦଳ ପାଇଁ ମୂଲ୍ୟବାନ ହୋଇଥିବା ବେଳେ ଭାରତର ବିଶ୍ୱ ଟେଷ୍ଟ ଚମ୍ପିଆନସିପର ସ୍ୱପ୍ନ ଏହାର ଫଳାଫଳ ଉପରେ ନିର୍ଭର କରୁଛି । ଏହି ମ୍ୟାଚରେ ବିଜୟୀ ହୋଇ ଟେଷ୍ଟ ଚମ୍ପିଆନସିପରେ ନିଜ ଉପସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଟା କରିବ ରୋହିତ ସେନା ।

ତୃତୀୟ ମ୍ୟାଚ ମାତ୍ର ଦୁଇ ଦିନ ଭିତରେ ଶେଷ ହୋଇଛି କହିଲେ କିଛି ଭୁଲ ହେବନି । ତେବେ ଅଷ୍ଟ୍ରେଲିଆ ବୋଲରମାନଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନେଇ ସତର୍କ ରହିବାକୁ ହେବ । ଇନ୍ଦୋର ଟେଷ୍ଟରେ ନାଥନ ଲାୟନଙ୍କ ଚମତ୍କାର ବୋଲିଂ ଆଗରେ ଟିମ ଇଣ୍ଡିଆର ବ୍ୟାଟିଂ ଅର୍ଡର ସମ୍ପୂର୍ଣ୍ଣ ଫେଲ ମାରିଥିଲା । ତେବେ ଏହି ସିରିଜରେ ଖେଳାଯାଇଥିବା କୌଣସି ମ୍ୟାଚ ଏପର୍ଯ୍ୟନ୍ତ ୪ ଦିନ ମଧ୍ୟ ଖେଳାଯାଇନାହିଁ । ନାଗପୁର ଏବଂ ଦିଲ୍ଲୀ ଟେଷ୍ଟରେ ମଧ୍ୟ ତୃତୀୟ ଦିନରେ ହିଁ ସମାପ୍ତ ହୋଇଯାଇଥିଲା । ତେଣୁ ଏବେ ସମସ୍ତଙ୍କ ନଜର ରହିଛି ଚତୁର୍ଥ ତଥା ଶେଷ ଟେଷ୍ଟ ଉପରେ ।

Get real time updates directly on you device, subscribe now.