fbpx

ବଦଳିଲା ଲକ୍ଷ୍ମୀବସ୍ ରଙ୍ଗ, ଥିଲା ସବୁଜ ହେଲା ଗେରୁଆ

Advertisement

ଭୁବନେଶ୍ୱର: ବିଜେଡି ସରକାର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଇଁ ଆରମ୍ଭ କରିଥିଲା ଲକ୍ଷ୍ମୀବସ । ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନର ଫଳାଫଳ ପରେ ରାଜ୍ୟରେ ବିଜେପି ସରକାର ଗଠନ କରିଛି । ତେବେ ଲକ୍ଷ୍ମୀବସର ରଙ୍ଗ ବର୍ତ୍ତମାନ ବଦଳି ସବୁଜରୁ ଗେରୁଆ ହୋଇଛି । ଢେଙ୍କାନାଳ ବସଷ୍ଟାଣ୍ଡ ଭିତରେ ରହିଥିବା ପ୍ରାୟ ୨୮ ଲକ୍ଷ୍ମୀବସର ରଙ୍ଗକୁ ପରିବର୍ତ୍ତନ କରାଯାଇ ଗେରୁଆ କରାଯାଇଛି । ସୂଚନାନୁଯାୟୀ, ନିର୍ବାଚନରେ ବିଜେଡି ହାରିବା ପରେ ରାତାରାତି ଲକ୍ଷ୍ମୀବସରୁ ଶଙ୍ଖ ଲୋଗ ଷ୍ଟିକର ହଟାଇ ଦିଆଯାଇଥିଲା ।

ସରକାର ପରିବର୍ତ୍ତନ ପରେ ବସ୍ ଚଳାଚଳ ହେବନି ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏହି ବସଗୁଡିକ ଗରିବଙ୍କ ପାଇଁ ଚାଲିବ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କିନ୍ତୁ ବସଗୁଡିକରୁ ବିଜେଡିର ଚିହ୍ନକୁ ହଟାଯିବ ବୋଲି କହିଛନ୍ତି । ଏପର୍ଯ୍ୟନ୍ତ ୩ଟି ବସର ରଙ୍ଗକୁ ଗେରୁଆ କରାଯାଇଛି । ହେଲେ ଏନେଇ ଆରଟିଓଙ୍କ ପାଖରେ କୌଣସି ସୂଚନା ନାହିଁ । ଏଥିସହ ଦାୟିତ୍ୱରେ ଥିବା ଓଏସଆରଟିସି ମ୍ୟାନେଜରଙ୍କ ପାଖରେ ମଧ୍ୟ କୌଣସି ସୂଚନା ନାହିଂ । ବସ ରଙ୍ଗ ବଦଳାଇବା ପାଇଁ କିଏ ଅନୁମତି ଦେଇଛି, ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡିନି ।

Get real time updates directly on you device, subscribe now.