fbpx

ଲେବାନନ ଆତଙ୍କୀ ସଂଗଠନକୁ ବ୍ୟାନ କଲା ଭାରତ ସରକାର

ନୂଆଦିଲ୍ଲୀ: ଲେବାନନ ଆତଙ୍କୀ ସଂଗଠନ ଉପରେ କେନ୍ଦ୍ରର କଡା ପଦକ୍ଷେପ । ବ୍ୟାନ କରାଗଲା ଲେବାନନର ଆତଙ୍କୀ ସଂଗଠନ ହିଜବ ଉତ ତହରିର । ସଂଗଠନ ପୁଣି ଥର ସାରା ବିଶ୍ୱରେ ମୁସମାନଙ୍କୁ ଏକତ୍ରିତ କରି ଇସ୍ଲାମିକ ଖଲିଫା ସାମ୍ରାଜ୍ୟ ପ୍ରତିଷ୍ଠା କରିବା ସହ ଶରିଆ ଆଇନ ଲାଗୁ କରିବାକୁ ଚାହୁଁଛି । ତେଣୁ ଭାରତ ସରକାର ଏହି ସଂଗଠନକୁ ବ୍ୟାନ କରିଦେଇଛନ୍ତି ।

ଏମିତି ସମୟରେ ସଂଗଠନକୁ ବ୍ୟାନ କରାଯାଇଛି, ଯେତେବେଳେ ଇରାନ ଓ ଇଜରାଏଲ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି ଓ ଲେବାନନରେ ଶିୟା ଯୁବକମାନେ ହିଜବୁଲ୍ଲାହ ସହ ହାତ ମିଶାଇ ଇଜରାଇଲ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ବ୍ୟାନ ସଂଗଠନର ହେଡ କ୍ୱାଟର ଲେବାନନରେ ଓ ଏହା ହିଜବୁଲ୍ଲାହର ଏକ ଶାଖା ଭାବେ କାମ କରୁଛି ।

୧୯୫୩ରେ ପୂର୍ବ ଜେରୁଜେଲମରେ ଏହି ରାଜନୈତିକ ସଂଗଠନର ସ୍ଥାପନ କରାଯାଇଥିଲା । ସେତେବେଳେ ପୂର୍ବ ଜେରୁଜେଲମରେ ଜର୍ଡନର ନିୟନ୍ତ୍ରଣ ଥିଲା । ଫିଲିସ୍ଥାନୀ ଇସ୍ଲାମିକ ସ୍କଲାର ତାକି ଅଲଦିନ ଅଲ ନଭାନୀ ଏହାର ପ୍ରତିଷ୍ଠା କରିଥିଲେ । ସେ ଜଣେ କାଜି ଥିଲେ ଓ ତାଙ୍କ ଦ୍ୱାରା କିଲାଫତ ସାମ୍ରାଜ୍ୟର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ଖାଡି ଦେଶରେ ଯେତେବେଳେ ଯଦ୍ଧ ହେଲା, ଇରାନ କୁବୈତ ଉପରେ ଆକ୍ରମଣ କରିବା ପରେ ଅତା ଅବୁ ସାମ୍ନାକୁ ଆସିଥିଲା । ସେତେବେଳେ ସେ ଜର୍ଡାନରେ ସକ୍ରିୟ ଥିଲା ।

ଏହି ସଂଗଠନ ବିଶ୍ୱର ୩୦ରୁ ଅଧିକ ଦେଶରେ ସକ୍ରିୟ ରହିଛି । ତାର ଧ୍ୱଂସଲୀଳା ପାଇଁ ଅନେକ ଦେଶ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି । ସେସବୁ ଦେଶ ମଧ୍ୟରେ ଜର୍ମାନ, ମିଶ୍ର, ବ୍ରିଟେନ ଓ ମଧ୍ୟ ଏସିଆ ଓ ଅରବର ବହୁ ଦେଶ ରହିଛନ୍ତି ।

Get real time updates directly on you device, subscribe now.