‘ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ ସରେଣ୍ଡର କରନ୍ତୁ’, ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ

ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କୁ ତାଗିଦ୍ କଲେ ଯୋଗାଣ ମନ୍ତ୍ରୀ।

ଭୁବନେଶ୍ୱର: ସରକାର ଗରିବ ଏବଂ ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ପ୍ରତିମାସରେ ଅତ୍ୟାବଶ୍ୟକ ରାସନ ଯୋଗାଉଛନ୍ତି। ରାସନକାର୍ଡ ମାଧ୍ୟମରେ ଲୋକଙ୍କୁ ଚାଉଳ ଗହମ ବଣ୍ଟନ କରାଯାଇଥାଏ।

ତେବେ ରାସନକାର୍ଡ ପାଇଁ ଅଯୋଗ୍ୟ ହିତାଧିକାରୀ ମଧ୍ୟ ସରକାରଙ୍କ ଏହି ସୁବିଧାର ଲାଭ ଉଠାଉଛନ୍ତି। ବର୍ତ୍ତମାନ ଏହି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ ତାଗିଦ୍ କରିଛନ୍ତି।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଅଯୋଗ୍ୟ ହିତାଧିକାରୀ ସରେଣ୍ଡର କରନ୍ତୁ। ଯଦି ସରେଣ୍ଟର ନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି।

ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କିଏ ସରକାରୀ ଚାକିରି କରିଛି ତ କିଏ ଡାକ୍ତର ଓ ଶିକ୍ଷକ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି, ନିବେଦନ କରୁଛି ସରେଣ୍ଡର କରନ୍ତୁ। ଇ-କେୱାଇସି ସରିବା ପୂର୍ବରୁ ସରେଣ୍ଡର କରନ୍ତୁ, ଏଥିପାଇଁ କୌଣସି ଡେଡଲାଇନ ନାହିଁ।