fbpx

ଏଭଳି ପାଦ ଥିବା ବ୍ୟକ୍ତିଙ୍କୁ ସେନାରେ ମିଳେନି ନିଯୁକ୍ତି

ସେନାରେ ଯୋଗ ଦେବା ମୁଖ୍ୟତ ବର୍ତ୍ତମାନ ସବୁ ଯୁବ ପିଢ଼ୀ ମାନଙ୍କ ମନରେ ସ୍ୱପ୍ନ  । ଦେଶ ସେବା କରିବା ଆଉ ଏ ଦେଶ ପାଇଁ ସହୀଦ ହେବା ମଧ୍ୟ ସମସ୍ତଙ୍କର ଭାଗ୍ୟରେ ନଥାଏ । ତେବେ ସେନାରେ ଯୋଗ ଦେବା ମଧ୍ୟ ସହଜ ନୁହେଁ । ଏହା ପାଇଁ କଠିନ ପରିଶ୍ରମ ଠାରୁ ଆରମ୍ଭ କରି ବହୁତ କଢ଼ା କସରତ ମଧ୍ୟ କରିବାକୁ ପଡିଥାଏ । ସେନାରେ ଯୋଗ ଦେବା ପାଇଁ ଶାରୀରିକ ସୁସ୍ଥତା, ଓଜନ, ଏହା ସହିତ ଶାରୀରିକ ଗଠନ ମଧ୍ୟ ବହୁତ ବଡ ଭୂମିକା ଗ୍ରହଣ କରେ । ତେବେ ଆପଣ ଜାଣନ୍ତି କି ଆପଣଙ୍କ ପାଦର ଗଠନ ପାଇଁ ମଧ୍ୟ ଆପଣଙ୍କୁ ସେନାରେ ନିଯୁକ୍ତି ମିଳିବାରେ ଅସୁବିଧା ହୋଇପାରେ ।

ସମତଳ ପାଦ:ମୁଖ୍ୟତଃ ସେନାରେ ସମତଳ ପାଦ ଥିବା ଲୋକମାନଙ୍କୁ ନିଯୁକ୍ତି ମିଳେ ନାହିଁ । ଏହି ସମସ୍ୟା ସେନାରେ ଅଂଶଗ୍ରହଣ ହେବାର ମୁଖ୍ୟ କାରଣ ଅଟେ । ଯେଉଁମାନଙ୍କ ପାଦରେ ଆର୍କ କମ ଥାଏ ସେମାନଙ୍କୁ ସମତଳ ପାଦ କୁହାଯାଏ । ଏମାନଙ୍କ ପାଦ ଭୂମିକୁ ସ୍ପର୍ଶ କରେ । ଏପରି ପାଦ ଥିବା ବ୍ୟକ୍ତି ମାନଙ୍କୁ ସେନାବାହୀରେ ପ୍ରବେଶ କରାଯାଏ ନାହିଁ । କାରଣ ସେନାରେ ପ୍ରବେଶ କରିବାକୁ ହେଲେ ଉଭୟ ମାନସିକ ଏବଂ ଶାରୀରିକ ସ୍ତରରେ ଆପଣ ସୁସ୍ଥ ଥିବା ଆବଶ୍ୟକ । ଆଉ କୁହାଯାଏ ଯେ ସମତଳ ପାଦଥିବା ବ୍ୟକ୍ତିଙ୍କୁ ସେନାରେ ପ୍ରବେଶ କରିବାକୁ ମନା କରାଯାଏ । ଏହା ପଛରେ ରହିଛି ମୁଖ୍ୟ କାରଣ । ପାଦ ମଝି ଅଂଶରେ ଆର୍କ ଥାଏ ଯାହା ସ୍ପ୍ରିଙ୍ଗ ପରି କାମ କରେ । କିନ୍ତୁ ସମତଳ ପାଦରେ ଆର୍କ ନଥାଏ । ଯାହାଫଳରେ ଏହି ପାଦ ଥିବା ଲୋକ ମାନଙ୍କୁ ଦୌଡିବାରେ କଷ୍ଟ ହୋଇଥାଏ । କାରଣ ଏହା ଦ୍ୱାରା ଦୌଡୁଥିବା ସମୟରେ ଉଭୟ ପାଦ ପରସ୍ପର ସହ ବାଡେଇ ହୋଇଥାଏ । ତେଣୁ ଏଭଳି ପାଦ ଥିବା ବ୍ୟକ୍ତି ଜୋର ଦୌଡି ପାରନ୍ତି ନାହିଁ । ଏହା ସହିତ ପାଦର ଭାର ଉଠାଇବା ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଏହା ଦ୍ୱାରା ଅଣ୍ଟା ବ୍ୟଥା ହୋଇଥାଏ । ତେଣୁ ଏଭଳି ପାଦ ଥିବା ବ୍ୟକ୍ତି ମାନଙ୍କୁ ସେନାରେ ଯୋଗ ଦିଆଯାଏ ନାହିଁ । ସୂଚନା ମୁତାବକ ଆମ ଦେଶରେ ୨୦-୨୫ ପ୍ରତିଶତ ଲୋକଙ୍କର ସମତଳ ପାଦ ଥାଏ ।

Get real time updates directly on you device, subscribe now.