ହରଦୋଇ- ଉତ୍ତର ପ୍ରଦେଶର ହରଦୋଇ, ଅତରୋଲି ଥାନା ଅଧୀନରେ ବାଘ ଆତଙ୍କ । ସେଠାର ଚାଷ ଜମିରେ ବାଘର ପାଦ ଚିହ୍ନକୁ ନେଇ ଆତଙ୍କିତ ଲୋକେ । ତିନି ଦିନ ହେବ ଚିତା ବାଘ ସେହି ଅଞ୍ଚଳରେ ବୁଲୁଥିବା ଜଣା ପଡିବା ପରେ ବନ ବିଭାଗ ଲୋକଙ୍କୁ ସଂଘବଦ୍ଧ ହୋଇ ବାହାରକୁ ବାହାରିବାକୁ ତଥା ସଂଧ୍ୟା ପରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ।
ବନ ଅଧିକାରୀଙ୍କ ମୁତାବକ, ଏଯାଏଁ ସ୍ପଷ୍ଟ ହୋଇନି ପାଦଚିହ୍ନ ବାଘର ନା ନୁହେଁ । ତେବେ ବନ ବିଭାଗ ତିନି ଦିନ ହେବ ସେହି ଅଞ୍ଚଳରେ ବାଘ ଖୋଜିବାରେ ଲାଗିଛି । ଲୋକଙ୍କୁ ସଚେତନ କରୁଛି । ବନ ବିଭାଗ ଆଖିରୁ ନିଜ ହଜେଇ ଦେଇଛି ଏହି ବାଘ । ହେଲେ ତାର କୌଣସି ପତ୍ତା ମିଳୁନି ବିଭାଗକୁ । ଫଳରେ ଲୋକଙ୍କ ଭିତରେ ଏହାକୁ ନେଇ ଆକ୍ରୋଶ ତୀବ୍ର ହେବାରେ ଲାଗିଲାଣି । ଗ୍ରାମବାସୀଙ୍କ ମୁତାବକ, ଏହି ଅଞ୍ଚଳକୁ ୪ ବର୍ଷ ଆଗରୁ ବାଘ ଆସିଥିଲା । ଏକ ସପ୍ତାହ ଧରି ଗାଁରେ ବୁଲିବା ପରେ ଜଙ୍ଗଲକୁ ଚାଲିଯାଇଥିଲା । କିନ୍ତୁ ବାଘର ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ସେପଟେ ବନ ଅଧିକାରୀ ଅର୍ଚନା ରାବତ କହିଛନ୍ତି, ଦୁଇଟି ଟିମରେ ବନ କର୍ମଚାରୀ ମହୁଆଡାଣ୍ଡା, ହାଜିପୁର, କୋଲ୍ହୋରା, କୁଡା ଆଡି ଗାଁରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ହେଲେ ବାଘର ଚିହ୍ନବର୍ଣ୍ଣ ନାହିଁ । ଏହି ଜୀବ ଲଗାତର ତାର ଲୋକସନ ବଦଳାଉଛି ଓ ବିନ ବିଭାଗର କର୍ମଚାରୀ ତା ପଛରେ ଦିନ ରାତି ଲାଗିଛନ୍ତି ।