ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଆଧାର କାର୍ଡ ପ୍ରତ୍ୟେକ ବ୍ୟକ୍ତିର ଏକ ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜ ଭାବରେ ରହିଛି । ସେଥିପାଇଁ ଆଧାର କାର୍ଡ ସହ ଜଡ଼ିତ ଅନେକ ଠକେଇ ମାମଲା ସାମ୍ନାକୁ ଆସୁଛି । ବର୍ତ୍ତମାନ ଆଉ ଏକ ନୂଆ ଠକେଇକୁ ହତିଆର କରିଛନ୍ତି ସାଇବର ଲୁଟେରା । ଏମାନେ ଆପଣଙ୍କ ଫିଙ୍ଗରପ୍ରିଣ୍ଟ ଡାଟା ପର୍ଯ୍ୟନ୍ତ ପହଞ୍ଚି ଆପଣଙ୍କ ଆଧାର ନମ୍ବର ଏବଂ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଜାଣି ଆକାଉଣ୍ଟ ହଡ଼ପ କରିପାରନ୍ତି । ତେବେ ଏପରି ସ୍ଥିତିରେ କେବଳ ଆଧାର କାର୍ଡକୁ ଲକ୍ କରି ନିଜକୁ ଠକାମୀରୁ ରକ୍ଷା କରିପାରିବେ ୟୁଜର ।
ଏଭଳି ଏକ ଠକେଇରୁ ବର୍ତ୍ତିବା ପାଇଁ ଆଧାର କାର୍ଡଧାରୀମାନଙ୍କୁ mAadhaar ଆପ୍ ବା UIDAI ୱେବସାଇଟର ବ୍ୟବହାର କରି ନିଜ ବାୟୋମେଟ୍ରିକ ଡାଟା ଲକ୍ କରିପାରିବେ । କୌଣସି ବ୍ୟକ୍ତି ନିଜ ଇଚ୍ଛାରେ ଆଧାର କାର୍ଡ ଲକ୍ ଏବଂ ଅନଲକ୍ କରିପାରିବେ । ମାତ୍ର ଗୋଟିଏ SMS କରି ଆପଣ ନିଜ କାର୍ଡକୁ ଲକ୍ କରିବା ସହ ଠକାମୀରରୁ ମଧ୍ୟ ବଞ୍ଚିପାରିବେ ଗ୍ରାହକ ।
କିପରି ଲକ୍ କରିବେ ଆଧାର କାର୍ଡ?
୧- ଆଧାର କାର୍ଡ ଲକ୍ କରିବା ପାଇଁ GETOTPLAST 4 ବା ୮ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଲେକି ୧୯୪୭କୁ ମେସେଜ ପଠାନ୍ତୁ ।
୨- ଏହାପରେ ଲକିଙ୍ଗ ରିକ୍ୟୁଏଷ୍ଟ ପାଇଁ ଆପଣଙ୍କୁ >LOCKUIDALast 4 ବା ୮ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏବଂ OTPକୁ ପୁଣିଥରେ ଏହି ନମ୍ବରକୁ ପଠାନ୍ତୁ ।
୩- ଏହାପରେ ଆପଣଙ୍କୁ କନଫର୍ମେସନ୍ ମେସେଜ ଆସିବ । ଥରେ ଲକ୍ ହେବା ପରେ ଆପଣ ନିଜ ଆଧାର କାର୍ଡ ବ୍ୟବହାର କରି କୌଣସି ଭେରିଫିକେସନ୍ କରିପାରିବେ ନାହିଁ ।
ଏହାକୁ ଅନ୍ ଲକ୍ କିପରି କରିବେ?
୧- ଭର୍ଚୁଆଲ ଆଇଡି ନମ୍ବରର ଶେଷ ୬ ବା ୧୦ ଅଙ୍କ ସହିତ OTP ରିକ୍ୟୁଏଷ୍ଟ ପଠାନ୍ତୁ । ଏଥିପାଇଁ ଆପଣଙ୍କୁ GETOTPLAST 6 କିମ୍ବା ୧୦ ଅଙ୍କର ଭର୍ଚୁଆଲ ଆଇଡି ଦେବାକୁ ପଡ଼ିବ ।
୨- ଏହାପରେ ଅନଲକିଙ୍ଗ ରିକ୍ୟୁଏଷ୍ଟ ପଠାଇବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ UNLOCKUIDLAST 6 କିମ୍ବା ୧୦ ଡିଜିଟ୍ ଭର୍ଚୁଆଲ ଆଇଡି ପରେ ୬ ଅଙ୍କ ବିଶିଷ୍ଟ OTP ଏହି ନମ୍ବରକୁ ପଠାଇବାକୁ ପଡ଼ିବ । ଏହାପରେ କନଫର୍ମେସନ୍ SMS ମୋବାଇଲକୁ ଆସିଯିବ ।