Breaking: ଲୋକସଭା ବଜେଟ ଅଧିବେଶନ ପ୍ରଥମ ଭାଗର ଆଜି ଶେଷ ଦିନ, ଜାଣନ୍ତୁ ଦ୍ୱିତୀୟ ଭାଗର ଆରମ୍ଭ କେବେ…

ନୂଆଦିଲ୍ଲୀ: ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ମୁଲତବି ରହିଲା ଲୋକସଭା । ଲୋକସଭା ବଜେଟ୍ ଅଧିବେଶନର ଆଜି ଶେଷ ଦିନ ।

ମାର୍ଚ୍ଚ ୧୦ ତାରିଖରେ ଲୋକ ସଭା ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହେବା ନେଇ ସୂଚନା ।

ଲୋକସଭାରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଆୟକର ବିଲ୍ ଉପସ୍ଥାପନ କରିଛନ୍ତି ।

ୱାକଫ୍ ବିଲ୍ ରିପୋର୍ଟ ଆଜି ଲୋକସଭାରେ ଉପସ୍ଥାପନ କରାଯାଇଛି ।

ଜାନୁଆରୀ ୩୧ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ପ୍ରଥମ ଭାଗ ବଜେଟ୍ ଅଧିବେଶନ ହୋଇଥିବାବେଳେ ଦ୍ୱିତୀୟ ଭାଗ ମାର୍ଚ୍ଚ ୧୦ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ ।