fbpx

(Video) ହାରିବା ପରେ କାନ୍ଦିବାକୁ ଲାଗିଲେ ବିଜେପି ପ୍ରାର୍ଥୀ, ମାତ୍ର ଏତିକି ଖଣ୍ଡ ଭୋଟର ରହିଥିଲା ପ୍ରାର୍ଥକ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଲୋକସଭା ନିର୍ବାଚନ ଫଳାଫଳ ଆସିସାରିଛି । ମୁଜଫରନଗର ଲୋକସଭା ସିଟରେ ସପା ପ୍ରାର୍ଥୀ ହରେନ୍ଦ୍ର ମଲ୍ଲିକ ବିଜୟୀ ହୋଇଛନ୍ତି । ହରେନ୍ଦ୍ର ମଲ୍ଲିକଙ୍କ ବିଜୟ ପରେ ବିଜେପି ପ୍ରାର୍ଥୀ ସଞ୍ଜୀବ ବାଲିୟାନ ମତଗଣନା କେନ୍ଦ୍ରରେ ଭାବୁକ ହୋଇଉଠିଛନ୍ତି । ଏଥିସହ ତାଙ୍କ ସହ ଆସିଥିବା କାର୍ଯ୍ୟକର୍ତ୍ତାମାନଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି ।

ସଞ୍ଜୀବ ବାଲିୟାନ ମାତ୍ର ୪୫ ଖଣ୍ଡ ଭୋଟ ପାଇଁ ହାରିଯାଇଛନ୍ତି । ଯେଉଁଥି ପାଇଁ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ସରଧନା ବିଧାନସଭାର ଭୋଟର ଶେଷ ପର୍ଯ୍ୟାୟ ମତଗଣନା ସମାପ୍ତ ହେବା ପରେ ସମୁଦାୟ ଭୋଟର ଗଣନା ହୋଇଛି ।

ସପା ପ୍ରାର୍ଥୀ ହରେନ୍ଦ୍ର ମଲିକଙ୍କୁ ୮୦୮୨୬ ଭୋଟ ମିଳିଛି । ସେହିପରି ବିଜେପି ପ୍ରାର୍ଥୀ ସଞ୍ଜୀବ ବାଲିୟାନଙ୍କୁ ୮୦୭୮୧ ଖଣ୍ଡ ଭୋଟ ମିଳିଛି । ଦୁଇଜଣଙ୍କ ମଧ୍ୟରେ ପ୍ରାର୍ଥକ୍ୟ ମାତ୍ର ୪୫ ଖଣ୍ଡ ଭୋଟ । ସେହିଭଳି ତୃତୀୟ ସ୍ଥାନରେ ବସପା ପ୍ରାର୍ଥୀ ଦାରା ସିଂ ରହିଛନ୍ତି, ସେ ୩୭୭୫୬ ଖଣ୍ଡ ଭୋଟ ପାଇଛନ୍ତି ।

Get real time updates directly on you device, subscribe now.