fbpx

ବିରହରେ ରହିନପାରି ପ୍ରେମିକାକୁ ଦେଖିବାକୁ ଚାଲିଗଲେ, କିନ୍ତୁ ଗାଁରେ ଘଟିଲା କିଛି ଏପରି..

କରୋନା ମହାମାରୀ ପାଇଁ ସାରା ଦେଶ ଠପ୍ ହୋଇ ପଡିଛି । ସାରା ଦେଶରେ ଅନ ଲକ୍୨ ଚାଲିଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ନିଜ ପ୍ରେମିକାକୁ ଦେଖାକରିବାକୁ ଯିବା ମହଙ୍ଗା ପଡିଛି । ଝିଅର ପରିବାର ଲୋକେ ତାଙ୍କୁ ଦେଖିବା ପରେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ । ପରେ ଏହି ମାମଲା ମହିଳା ପୋଲିସ ଷ୍ଟେସନରେ ପହଞ୍ଚିଲା ଓ ସେଠାରେ ଉଭୟଙ୍କର ବିବାହ କରାଇ ଦିଆଗଲା ।

ଏହି ଘଟଣା କୈମୁରାର ଚାନ୍ଦ ଥାନା ଅଞ୍ଚଳର ବଘେଲା ଗାଁରେ ଘଟିଯାଇଛି । ସୂଚନା ମୁତାବକ, ଭେରି ଗାଁରେ ରହୁଥିବା ଅରବିନ୍ଦ ରାମଙ୍କ ପ୍ରେମ ସମ୍ପର୍କ ବାଘେଲ ଗାଁର ଅନୀତାଙ୍କ ସହ ଗଢିଉଠିଥିଲା । ଶୁକ୍ରବାର ସକାଳେ ଅରବିନ୍ଦ ନିଜର ପ୍ରେମିକାକୁ ଦେଖା କରିବାକୁ ବାଘେଲରେ ପହଞ୍ଚିଥିଲେ । କିନ୍ତୁ ସେଠାରୁ ଦୁହିଁଙ୍କୁ ଝିଅର ପରିବାର ଧେକଇଦେଇଥିଲେ । ପରେ ଅରବିନ୍ଦଙ୍କୁ ଅତି ନିର୍ମମ ଭାବରେ ପିଟିଥିଲେ । ଅନ୍ୟପଟେ ପ୍ରେମିକାର ଅବସ୍ଥା ଠିକ୍ ନଥିବାର ଦେଖିବାକୁ ଆସିଥିଲି ବୋଳି ଅରବିନ୍ଦ କହିଥିଲେ । କିନ୍ତୁ ତାଙ୍କ କଥା ଶୁଣୁଛି ବା କିଏ । ମାମଲା ଥାନରେ ପହଞ୍ଚିବା ପରେ ଦୁହେଁ ପରିବାରଙ୍କ ସହମତିରେ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ମନ୍ଦିରରେ କରିଥିଲେ ।

Get real time updates directly on you device, subscribe now.