କଥା ଦେଇ କଥା ରଖିଲେ… ମକର ସଂକ୍ରାନ୍ତିର ଜୀବନ ହାରିଲେ ପ୍ରେମୀଯୁଗଳ

କଟକ: ଆଜି ପବିତ୍ର ମକର ସଂକ୍ରାନ୍ତି । ଚଳଚଞ୍ଚଳ ପଲ୍ଲୀରୁ ସହର । ଏଥିମଧ୍ୟରେ ପ୍ରେମୀଯୁଗଳ ଜୀବନ ହାରିଥିବା ଖବର ସମସ୍ତଙ୍କୁ ଚକିତ କରିଛି ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମଳିଛି କଟକ ଜିଲ୍ଲା ବାଙ୍କୀ ଥାନା ଅନୁଆରୀ ପଞ୍ଚାୟତରେ ।

ଏଭଳି ପବିତ୍ର ଦିନରେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି ।

ଘଟଣା ଥିଲା ଏପରି: ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । କେହି କାହା ବିନା ବଞ୍ଚିପାରିବେନି ବୋଲି କଥା ଦେଇଥିଲେ ।

ସମାଜ ଭୟରେ ହୁଏତ ଦୁହେଁ ଏଭଳି ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ମକର ଦିନରେ ବଡ଼ ନିଷ୍ପତ୍ତି ନେଇଗଲେ ପ୍ରେମିଯୁଗଳ ।

ପୋଲିସ ତଦନ୍ତ: ଏହି ଘଟଣା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ଦୁହିଁଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ମୃତକଙ୍କ ପରିଚୟ: ମୃତ ଯୁବ ପ୍ରେମିକ ରଞ୍ଜନ ସେଠଙ୍କ ଘର କୁରୁମ୍ ଗାଁର ହୋଇଥିବା ବେଳେ ପ୍ରେମିକା ଜଣଙ୍କ ହେଉଛନ୍ତି ବାଇଗେଣି ଗ୍ରାମର କଲ୍ୟାଣୀ ମାଝୀ ।