fbpx

ଏଲପିଜି ଗ୍ରାହକମାନେ ହୋଇଯାଆନ୍ତୁ ସାବଧାନ! ଆଜି କରନ୍ତୁ ଏହି କାମ, ନଚେତ୍ ନୂଆ ବର୍ଷରେ କଟିଯିବ କନେକ୍ସନ୍

Advertisement

ନୂଆଦିଲ୍ଲୀ: ଏଲପିଜି ଗ୍ରାହକମାନେ ହୋଇଯାଆନ୍ତୁ ସତର୍କ, କାରଣ ଆଧାର ପ୍ରାମାଣିକିକରଣ ଯଥା ଇ-କେୱାଇସି ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି । ଭାରତ ସରକାରଙ୍କ ତୈଳ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଗ୍ୟାସ ଏଜେନ୍ସି ଏହି ପଦକ୍ଷେପ ନେଇଛି ।

ଏହି ନିୟମ ଅନୁଯାୟୀ, ୩୧ ଡିସେମ୍ବର ସୁଦ୍ଧା ଆଧାରର ଯାଞ୍ଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯଦି ଏହା କରା ନ ଯାଏ ତେବେ ଆପଣଙ୍କର ସଂଯୋଗ ମଧ୍ୟ ୧ ଜାନୁୟାରୀରୁ ବିଚ୍ଛିନ୍ନ ହୋଇପାରେ ।

କମ୍ପାନୀଗୁଡିକ ଦ୍ୱାରା ଜାରି ଏହି ଆଦେଶ ପରେ ଗ୍ରାହକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ଏବଂ ଆଧାର ପ୍ରାମାଣିକରଣ ପାଇଁ ସକାଳ ଓ ସନ୍ଧ୍ୟାରେ ଏଜେନ୍ସି ସମ୍ମୁଖରେ ବହୁ ସଂଖ୍ୟାରେ ଗ୍ରାହକଙ୍କୁ ଦେଖିବାକୁ ମିଳୁଛି । ଲୋକମାନେ ଥଣ୍ଡା ବିଷୟରେ ଚିନ୍ତା ନକରି ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହୋଇଥିବା ଦେଖାଯାଉଛି ।

Get real time updates directly on you device, subscribe now.