ଇସଲାମ୍ ଛାଡ଼ି ନେଲେ ସନାତନ; ସାଜିଆ ଖାନରୁ ବନିଲେ ଶାରଦା, ମହାଦେବଙ୍କୁ ସାକ୍ଷୀ ରଖି ପ୍ରେମିକ ମୟୁରଙ୍କୁ କଲେ ବିବାହ

ମଧ୍ୟପ୍ରଦେଶର ଖଣ୍ଡୱାରେ ଜଣେ ମୁସଲିମ ଝିଅ ଧର୍ମର ପ୍ରାଚୀର ଭାଙ୍ଗି ତାଙ୍କ ପ୍ରେମିକ ମୟୂରଙ୍କୁ ବିବାହ କରିଛନ୍ତି। ବିବାହ ପାଇଁ ଝିଅଟି ମଧ୍ୟ ଇସଲାମ ତ୍ୟାଗ କରି ସାଜିଆ ଖାନରୁ ଶାରଦା ବନିଛନ୍ତି।

ମଧ୍ୟପ୍ରଦେଶ: ଜଣେ ମୁସଲିମ ଝିଅ ତାଙ୍କ ପ୍ରେମ ପାଇଁ ଇସଲାମ ତ୍ୟାଗ କରି ଗ୍ରହଣ କରିଛନ୍ତି ସନାତନ ଧର୍ମ । ଏପରିକି ଝିଅଟି ସାଜିଆ ଖାନରୁ ବନିଯାଇଛି ଶାରଦା । ମହାଦେବଙ୍କୁ ସାକ୍ଷୀ ରଖୀ ତାଙ୍କ ପ୍ରେମିକ ମୟୂରଙ୍କୁ ମଧ୍ୟ ବିବାହ କରିଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଖଣ୍ଡୱାରେ ।

ସାଜିଆ ଏବଂ ମୟୂର ଉଭୟ ଗୋଟିଏ ଗାଁର। କୁହାଯାଉଛି ଯେ ଝିଅ ସାଜିଆ ଖାନ ଏବଂ ପୁଅ ମୟୂର ଭିକନଗାଓଁ ତହସିଲର ଚିଲଟିଆ ଗ୍ରାମର ବାସିନ୍ଦା। ଉଭୟେ ପରସ୍ପରକୁ ବହୁତ ବର୍ଷ ଧରି ପସନ୍ଦ କରୁଥିଲେ ଏବଂ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଧର୍ମର ପ୍ରାଚୀର ଉଭୟଙ୍କୁ ଏକାଠି ରହିବାକୁ ବାଧା ଦେଉଥିଲା।

ଶେଷରେ ସାଜିଆ ଏହି ପ୍ରାଚୀର ଭାଙ୍ଗି ତାଙ୍କ ଜୀବନସାଥୀ ପାଖକୁ ପଳାଇ ଆସିଛନ୍ତି। ସାଜିଆ ନିଜ ଇଚ୍ଛାରେ ଖଣ୍ଡୱାର ମହାଦେବଗଡ଼ରେ ପହଞ୍ଚି ପ୍ରାୟଶ୍ଚିତ୍ତ ଅନୁଷ୍ଠାନରେ ସାମିଲ ହୋଇ ସନାତନ ଧର୍ମ ଗ୍ରହଣ କରିଥିଲେ। ଏହା ପରେ, ମହାଦେବଗଡ଼ ମନ୍ଦିରର ପୂଜାରୀ ଶାରଦା ଏବଂ ମୟୂରଙ୍କ ବିବାହ କରିଥିଲେ। ଦୁହେଁ ମହାଦେବଙ୍କୁ ସାକ୍ଷୀ ରଖୀ ଅଗ୍ନି ଚାରିପାଖରେ ପରିକ୍ରମା କରିଥିଲେ ଏବଂ ବିବାହ କରିଥିଲେ।

ସାଜିଆରୁ ଶାରଦା ହୋଇଥିବା ଝିଅର ବୟାନ 

ବିବାହ ରୀତି ସମାପ୍ତ ହେବା ପରେ, ସାଜିଆରୁ ଶାରଦା ହୋଇଥିବା ଝିଅଟି କହିଥିଲା ଯେ, “ମୁଁ ପିଲାଟିଦିନରୁ ସନାତନ ଧର୍ମ ପ୍ରତି ଆଗ୍ରହୀ ଥିଲି ଏବଂ ମୁଁ ସର୍ବଦା ହିନ୍ଦୁ ଧର୍ମ ଦ୍ୱାରା ପ୍ରଭାବିତ ଥିଲି। ଆମେ ସମସ୍ତେ ଦେଖୁଛୁ ଯେ, ହିନ୍ଦୁ ଧର୍ମରେ ମହିଳାଙ୍କୁ ଦେବୀ ଭାବରେ ପୂଜା କରାଯାଏ ଏବଂ ସେମାନଙ୍କୁ ସମ୍ମାନ ଦିଆଯାଏ। ସେଥିପାଇଁ ମୁଁ ମହାଦେବଗଡ଼ରେ ପହଞ୍ଚିଥିଲି ଏବଂ କୌଣସି ଚାପରେ ନ ଆସି ନିଜ ଇଚ୍ଛାରେ ବିବାହ କଲି।”