fbpx

ସ୍ୱାମୀଙ୍କ ସମ୍ପତ୍ତିର ଅଧା ଭାଗରେ ରହିଛି ସ୍ତ୍ରୀର ଅଧିକାର: ହାଇକୋର୍ଟ

ନୂଆଦିଲ୍ଲୀ: ହାଉସୱାଇଫ୍ ବା ଗୃହିଣୀ ତାଙ୍କ ସ୍ୱାମୀଙ୍କର ସମ୍ପତ୍ତିରେ ଅଧା ଭାଗର ହକଦାର । ଏହି ନିଷ୍ପତ୍ତି ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଛି । ଜଷ୍ଟିସ୍ କୃଷ୍ଣ ରାମସ୍ୱାମୀଙ୍କ ଏକକ ବେଞ୍ଚ କହିଛନ୍ତି ଯେ, ଜଣେ ଗୃହିଣୀ ଯେକୌଣସି ଛୁଟିଦିନ ବିନା ୨୪ ଘଣ୍ଟା କାମ କରେ । ଘରର ଦାୟିତ୍ୱ ନେବା ସହ ଦରକାର ପଡ଼ିଲେ ପରିବାର ସଦସ୍ୟଙ୍କ ପାଇଁ ଡାକ୍ତର ଭାବରେ ମଧ୍ୟ କାମ କରନ୍ତି ।

ସେ ଆହୁରି କହିଛନ୍ତି ଯେ, ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ରୋଜଗାରରୁ କିଣାଯାଇଥିବା ସମ୍ପତ୍ତିରେ ସମାନ ହକଦାର୍ । କୋର୍ଟ କହିଛନ୍ତି ଯେ, ସ୍ୱାମୀ ପରିବାରର ଦେଖାଶୁଣା ପାଇଁ ନିଜ ପତ୍ନୀଙ୍କ ସହଯୋଗ ବିନା ଟଙ୍କା ରୋଜଗାର କରିପାରିବେ ନାହିଁ । କୋର୍ଟ କହିଛନ୍ତି, “ସ୍ୱାମୀ ବା ସ୍ତ୍ରୀ ନାଁରେ ସମ୍ପତ୍ତି କିଣାଯାଇପାରେ, କିନ୍ତୁ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଚେଷ୍ଟାରୁ ସଞ୍ଚିତ ଟଙ୍କାରୁ କିଣାଯାଇଛି ବୋଲି ମାନିବା ଆବଶ୍ୟକ ।

ହାଇକୋର୍ଟ କ’ଣ କହିଲେ?
କୋର୍ଟ କହିଛନ୍ତି ଯେ, ଅବଶ୍ୟ ଜଣେ ଗୃହିଣୀଙ୍କ ଯୋଗଦାନକୁ ମାନ୍ୟତା ଦେବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଇନ୍ ପ୍ରସ୍ତୁତ ହୋଇନାହିଁ । କିନ୍ତୁ କୋର୍ଟ ତାଙ୍କ ଯୋଗଦାକୁ ଭଲଭାବରେ ଚିହ୍ନଟ କରିପାରିବେ ଏବଂ ଏହା ନିଶ୍ଚିତ କରିପାରିବେ କି ଯେତେବେଳେ ଜଣେ ମହିଳାଙ୍କ ବଳିଦାନକୁ ପ୍ରମାଣ କରିବାକୁ କଥା ଆସେ, ସେବେ ତାଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ।

୨୦୧୬ରୁ ଅଲଗା ରହୁଥିବା ସ୍ତ୍ରୀଙ୍କ ବିରୋଧରେ କନ୍ନିଆନଙ୍କ ଆବେଦନ ଉପରେ କୋର୍ଟ ଏହି ରାୟ ଶୁଣାଇଥିଲେ । ସୂଚନା ମୁତାବକ, ସେ ୧୬୫ ମସିହାରେ ବିବାହ କରିଥିଲେ । ଦମ୍ପତିଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ମଧ୍ୟ ଅଛନ୍ତି । ଏହି ବ୍ୟକ୍ତି ୧୯୮୩ ରୁ ୧୯୯୪ ମଧ୍ୟରେ ସାଉଦି ଆରବରେ କାମ କରିଥିଲେ । ଭାରତରେ ପହଞ୍ଚିବା ପରେ ସେ ଏକ ଅଭିଯୋଗ କରିଥିଲେ କି, ତାଙ୍କ ପତ୍ନୀ ତାଙ୍କ ରୋଜଗାରରୁ କିଣିଥିବା ସମ୍ପତ୍ତି ଉପରେ କବଜା କରିଛନ୍ତି ଓ ଏହା ମଧ୍ୟ କହିଛନ୍ତି କି, ମହିଳାଙ୍କର ଅନ୍ୟ କାହା ସହିତ ସମ୍ପର୍କ ରହିଛି ।

Get real time updates directly on you device, subscribe now.