ମାତ୍ର ୫୦୦ ଟଙ୍କାରେ କୁମ୍ଭମେଳାରେ ପବିତ୍ର ବୁଡ଼! ଫଟୋ ବୁଡ଼ାଇ ପାପ ଧୋଇବାର ନୂଆ ଧନ୍ଦା
ପ୍ରୟାଗରାଜର କୁମ୍ଭମେଳାରେ ଫଟୋକୁ ବୁଡ଼ ପକାଇବାର ନୂଆ ବ୍ୟବସ୍ଥା
ବେଙ୍ଗାଲୁରୁ: ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ୧୪୪ ବର୍ଷ ପରେ ମହାକୁମ୍ଭମେଳା ଚାଲିଛି। ଏହା ଆଉ ମାତ୍ର ୭ ଦିନ ବାକି ରହିଛି। ତେବେ ଏହାରି ମଧ୍ୟରେ ଆପଣ ଯଦି ପ୍ରୟାଗରାଜ ଯାଇପାରୁନାହାନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି।
ଏଥିପାଇଁ ଆପଣ ନିଜର ଏକ ସୁନ୍ଦର ଫଟୋ ହ୍ୱାଟ୍ସଆପରେ ପଠାଇଲେ, ଏହାକୁ ପ୍ରୟାଗରାଜ କୁମ୍ଭ ମେଳାର ତ୍ରିବେଣୀ ସଙ୍ଗମରେ ବୁଡ଼ା ଯାଇ ପବିତ୍ର ବୁଡ଼ ପକାଯିବ। ଯେଉଁଥିରେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତ ହେବ, ଏଭଳି ଏକ ବିଜ୍ଞାପନ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିପାଇଁ ୫୦୦ ଟଙ୍କାର ଶୁଳ୍କ ମଧ୍ୟ ରଖାଯାଇଛି। ଏହି ବିଷୟରେ ସୋସିଆଲ ମିଡିଆରେ ଖୁବ ଯୁକ୍ତିତର୍କ ହେଉଛି।
୫୦୦ ଟଙ୍କାରେ ବୁଡ଼ ପକାଇବାର ବିଜ୍ଞାପନ: ୧୪୪ ବର୍ଷରେ ପଡିଥିବା ଏହି ମହାକୁମ୍ଭରେ ବୁଡ଼ ପକାଇବାର ଏହା ଶେଷ ସୁଯୋଗ। ଏହାନିଜ ଫଟୋକୁ ହ୍ୱାଟ୍ସଆପ ଜରିଆରରେ ପଠାନ୍ତୁ। ଆମେ ଆପଣଙ୍କ ଫଟୋର କପି ନେବୁ ଏବଂ ଆପଣଙ୍କ ଫଟୋ ସହ ଏକ ପବିତ୍ର ବୁଡ଼ ପକାଇବୁ।
What if I send a photocopy of a 500 Rupees note? pic.twitter.com/FBg5FZcgHD
— SANJAY HEGDE (@sanjayuvacha) February 12, 2025
ଆଗକୁ କୁହାଯାଇଛି ଯେ, ଫଟୋକୁ ପବିତ୍ର ସ୍ନାନ କରାଇବାର ଅନେକ ଫାଇଦା। ଏହା କରିବା ଦ୍ୱାରା ଆପଣଙ୍କ ଆତ୍ମା ସୁଦ୍ଧ ହୋଇଥାଏ। ଆପଣଙ୍କୁ ଦିବ୍ୟ ଆଶୀର୍ବାଦ ମିଳିବ। ଆପଣଙ୍କ ପିତ୍ରୃପୁରୁଷ ଆପଣଙ୍କ ଉପରେ ଶାନ୍ତି ହେବେ।
ଏହି ସୁଯୋଗ ଆପଣଙ୍କୁ ପୁନର୍ବାର ମିଳିବ ନାହିଁ। ମାତ୍ର ୫୦୦ ଟଙ୍କାରେ ଏହି ସବୁ ହୋଇପାରିବ ବୋଲି ଏଭଳି ବିଜ୍ଞାପନ ସେୟାର କରାଯାଇଛି। ଏଥିପାଇଁ ଯୋଗାଯୋଗ ଲାଗି ନମ୍ବର ମଧ୍ୟ ଦିଆଯାଇଛି।