fbpx

ମାହାଙ୍ଗା ଡବଲ ମର୍ଡ଼ର ମାମଲା: ୯ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

କଟକ: ଆଜି ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ରାୟ ପ୍ରକାଶ ପାଇଛି । ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଅତିରିକ୍ତ ଦୌରା ଜଜ୍ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।

ସୂଚନାରୁ ପ୍ରକାଶ ୨୦୨୧ ମସିହା ଜାନୁଆରୀ ୨ରେ ବରିଷ୍ଠ ବିଜେପି ନେତା କୁଳମଣି ବରାଳ(୭୫) ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳ(୮୨)ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ମାମଲାରେ ଥାନାରେ ୧୩ ଜଣଙ୍କ ନାଁରେ ଅଭିଯୋଗ ହୋଇଥିଲା । ଏପରିକି ତତକାଳୀନ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା । କିନ୍ତୁ ପ୍ରତାପ ଜେନାଙ୍କ ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ଜଣାଯାଇଛି ।

Get real time updates directly on you device, subscribe now.