ଏହି ସ୍ଥାନରେ ପୂଜା ପାଏ ମହିଷାସୁରର କଟା ମୁଣ୍ଡ, ଜାଣନ୍ତୁ କାହିଁକି ଦେବୀ ଦୁର୍ଗା ମହିଷାସୁରକୁ ଦେଇଥିଲେ ବର

ଓଡ଼ିଶା ଭାସ୍କର: ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରୁ ନବରାତ୍ରୀ ଆରମ୍ଭ ହୋଇଥାଏ । ଏହି ନଅ ଦିନ ଦେବୀ ଦୁର୍ଗାଙ୍କ ନବ ସ୍ୱରୂପର ପୂଜାର୍ଚ୍ଚନା କରାଯାଏ । ଦେବି ଦୁର୍ଗାଙ୍କୁ ଶକ୍ତିର ଆଧାର ଭାବେ ବିବେଚିତ କରାଯାଇଛି । ନବରାତ୍ରୀରେ ଦେବୀ ଦୁର୍ଗାଙ୍କ ଆରାଧନା ଦ୍ୱାରା ମାତାଙ୍କ ବିଶେଷ କୃପା ଲାଭ ହୋଇଥାଏ ।

ଭାଗବତ ପୁରାଣ ଅନୁଯାୟୀ ଦେଶରେ ୧୦୮ଟି ଶକ୍ତି ପୀଠ ରହିଛି । ଏଥିମଧ୍ୟରୁ ମହାରାଷ୍ଟ୍ରରେ ଅବସ୍ଥିତ ‘ସାଢ଼େ ତିନ୍ ଶକ୍ତି ପୀଠ’ ଅନ୍ୟତମ । ମହାରାଷ୍ଟ୍ରର କୋହ୍ଲାପୁର ସ୍ଥିତ ମହାଲକ୍ଷ୍ମୀ ମନ୍ଦିର, ତୁଲଜାପୁର ସ୍ଥିତ ତୁଲଜା ଭବାନୀ ମନ୍ଦିର, ମହୁର ସ୍ଥିତ ରେଣୁକା ମନ୍ଦିର ଏବଂ ବାଣୀ ସ୍ଥିତ ସପ୍ତଶୃଙ୍ଗି ମନ୍ଦିର । ଏହି ୪ଟି ମନ୍ଦିରକୁ ସମ୍ମିଳିତ ଭାବେ ‘ସାଢ଼େ ତିନ୍ ଶକ୍ତି ପୀଠ’ ବୋଲି କୁହାଯାଏ । ନାସିକରୁ ୬୫ କିମି ଦୂର ବାଣୀ ଗାଁରେ ସପ୍ତଶୃଙ୍ଗ ପର୍ବତ ରହିଛି । ଏହାର ଉଚ୍ଚତା ପ୍ରାୟ ୪୮୦୦ ଫୁଟ । ଏହି ପର୍ବତରେ ସପ୍ତଶୃଙ୍ଗି ମନ୍ଦିର ଅବସ୍ଥିତ ଯେଉଁଠି ଆଦି ଶକ୍ତି ସ୍ୱରୂପା ସପ୍ତଶୃଙ୍ଗି ଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏହି ମନ୍ଦିର ପର୍ଯ୍ୟନ୍ତ ପହଂଚିବା ପାଇଁ ୪୭୨ ସିଡ଼ି ଚଢ଼ିବାକୁ ପଡ଼ିଥାଏ । ନବରାତ୍ରୀ ସମୟରେ ଏହି ମନ୍ଦିରରେ ବିଶେଷ ଉତ୍ସବ ଆୟୋଜନ କରାଯାଇଥାଏ । ଦେବୀଙ୍କ ଏହି ମନ୍ଦିର ୭ଟି ପର୍ବତ ଦ୍ୱାରା ଘେରା ହୋଇଛି । ତେଣୁ ଦେବୀଙ୍କୁ ସପ୍ତଶୃଙ୍ଗି ଅର୍ଥାତ ସାତଟି ପର୍ବତର ଦେବୀ କୁହାଯାଏ । ସପ୍ତଶୃଙ୍ଗି ମନ୍ଦିରର ବାମ ପଟରେ ମହିଷାସୁରଙ୍କ ଏକ ଛୋଟ ମନ୍ଦିର ରହିଛି । ଏଠାରେ ତାଙ୍କର କଟା ମୁଣ୍ଡର ପୂଜା କରାଯାଏ । ଏହି ସ୍ଥାନରେ ଦେବୀ ତ୍ରୀଶୁଳରେ ମହିଷାସୁର ବଧ କରିଥିବା ମାନ୍ୟତା ରହିଛି । ତ୍ରୀଶୁଳର ଦିବ୍ୟ ଶକ୍ତି କାରଣରୁ ପାହାଡ଼ରେ ଏକ ଛିଦ୍ର ହୋଇଗଲା ଯାହା ଏବେ ବି ବିଦ୍ୟମାନ ।

Ancient Knowledge | Stotram (Hymns) | Shri Mahishasur Mardini Stotram

କାହିଁକି ଦେବୀ ଦୁର୍ଗାଙ୍କ ସହ ପୂଜା ପାଇଥାଏ ମହିଷାସୁର ?

ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ କି ମହିଷାସୁର ଜଣେ ରାକ୍ଷସ ଥିଲା ତଥାପି ତାକୁ କହିଁକି ପୂଜା ଯାଏ ? କିମ୍ବଦନ୍ତି ଅନୁଯାୟୀ ମହିଷାସୁରଙ୍କ ପିତା ରମ୍ଭ ଅସୁରଙ୍କ ରାଜା ଥିଲେ । ସେ ତପସ୍ୟା ଦ୍ୱାରା ଅଗ୍ନିଦେବଙ୍କୁ ପ୍ରସନ୍ନ କରି ଏକ ପୁତ୍ର ସନ୍ତାନ ଲାଭ କରିଥିଲେ । ମହିଷାସୁର ପୁରୁଷ ଏବଂ ମଇଁଷି ଯୋନି ମିଶ୍ରଣରୁ ଜନ୍ମଲାଭ କରିଥିଲେ । ତେଣୁ ତାଙ୍କ ମଧ୍ୟରେ ଏପରି ଶକ୍ତି ଥିଲା କି ସେ ଇଚ୍ଛା ଅନୁଯାୟୀ ମିଇଁଷି ଏବଂ ମାନବ ରୂପ ଧାରଣ କରିପାରୁଥିଲେ । ସେ ବ୍ରହ୍ମା ଦେବଙ୍କ ବଡ଼ ଭକ୍ତ ଥିଲେ । ବ୍ରହ୍ମା ଦେବତାଙ୍କୁ ପ୍ରସନ୍ନ କରି ସେ ଏକ ବର ମାଗିଲେ କି ଦେବତା, ଅସୁର ଏବଂ ମାନବ କେହି ତାଙ୍କୁ ମାରି ପାରିବେ ନାହିଁ । କେବଳ ଜଣେ ସ୍ତ୍ରୀଙ୍କ ହାତରୁ ତାଙ୍କର ମୃତ୍ୟୁ ପାଇଁ କହିଥିଲେ । ଏହି ବରଦାନ ପରେ ଦିନକୁ ଦିନ ମହିଷାସୁରର ଆତଙ୍କ ବଢ଼ିବାରେ ଲାଗିଥିଲା । ମତ୍ର୍ତ୍ୟ ଏବଂ ଦେବ ଲୋକ ତ୍ରାହି ତ୍ରାହି ଡାକୁଥିଲେ । ମହିଷାସୁରର ବିନାଶ ପାଇଁ ମାତା ଭଗବତି ଜନ୍ମ ନେଇଥିଲେ । ସମସ୍ତ ଦେବତା ତାଙ୍କୁ ନିଜ ଶକ୍ତି ଓ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ । ତାଙ୍କର ଏହି ସ୍ୱରୂପ ମହିଷାସୁର ମର୍ଦ୍ଦିନି ବୋଲି କୁହାଯାଏ । ମାତା ଭଗବତୀ ଏବଂ ମହିଷାସୁରଙ୍କ ମଧ୍ୟରେ ୯ ଦିନ ପାଇଁ ଯୁଦ୍ଧ ଚାଲିଥିଲା । ଶେଷରେ ମହିଷାସୁର ମାତାଙ୍କ ଶକ୍ତି ସାମ୍ନାରେ ତାଙ୍କ ମୃତ୍ୟୁକୁ ଅନୁଭବ କରିପାରିଥିଲେ ଏବଂ ମାତାଙ୍କ ଶରଣ ଲୋଡ଼ିଥିଲେ । ଦେବୀଙ୍କ ହାତରୁ ମୃତ୍ୟୁ ପାଇ ମୁକ୍ତି ପାଇଁ ପ୍ରାର୍ଥନା କରିଥିଲେ ମହିଷାସୁର । କରୁଣାମୟୀ ଦେବୀ ତାଙ୍କୁ ବରଦାନ ଦେଇଥିଲେ କି ମୃତ୍ୟୁ ପରେ ମଧ୍ୟ ମହିଷାସୁରଙ୍କୁ ତାଙ୍କ ସାନିଧ୍ୟ ପ୍ରାପ୍ତ ହେବ । ତାଙ୍କ ସହ ମହିଷାସୁରର ମଧ୍ୟ ପୂଜା ପାଇବେ । ଏହା ପରଠାରୁ ନବରାତ୍ରୀ ସମୟରେ ଦେବୀ ଦୁର୍ଗାଙ୍କ ସହ ମହିଷାସୁର ପୂଜା ପାଇ ଆସୁଛନ୍ତି ।