୧୭ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର, ପ୍ରତୀକ ସିଂ ହେଲେ ପୁରୀ ଏସପି
IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ।
ଭୁବନେଶ୍ବର: IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୧୭ ବରିଷ୍ଠ IPS ଅଫିସରଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି ।
ପିନାକ ମିଶ୍ର ହେଲେ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ୍ ଡିଆଇଜି । ପୁରୀ ଏସପି ହେଲେ ପ୍ରତୀକ ସିଂ ।
ସେହିପରି ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବା ବେଳେ ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ମିଳିଛି । ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ IG ।
ଡିଆଇଜି ଦାୟିତ୍ବ- ସତ୍ୟଜିତ ନାୟକ ହେଲେ ପୋଲିସ ସେଣ୍ଟ୍ରାଲ ରେଞ୍ଜ୍ ଡିଆଇଜି । ସେହିପରି ପିନାକ ମିଶ୍ରଙ୍କୁ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ୍ ଡିଆଇଜି ଦାୟିତ୍ବ ଦିଆଯାଇଛି ।
ଏସପି ଅଦଳବଦଳ-
ପ୍ରତୀକ ସିଂ- ପୁରୀ ଏସ୍ପି
ପ୍ରତ୍ୟୁଷ ଦିବାକର- ବାଲେଶ୍ବର ଏସ୍ପି
ବୀନିତ ଅଗ୍ରୱାଲ- କଟକ ଗ୍ରାମାଞ୍ଚଳ ଏସ୍ପି
ସ୍ମିଥ ପରମାର-କ୍ରାଇମବ୍ରାଞ୍ଚ୍ ଏସ୍ପି
ବିବେକାନନ୍ଦ ଶର୍ମା- ଖୋର୍ଦ୍ଧା ଏସ୍ପି
ଜି ରେଡ୍ଡୀ ରାଘବେନ୍ଦ୍ର- ଝାରସୁଗୁଡ଼ା ଏସ୍ପି
ଅଙ୍କିତ କୁମାର ବର୍ମା- ଜଗତସିଂହପୁର ଏସ୍ପି
ଅମ୍ରିତପାଲ ସିଂ- ନୂଆପଡ଼ା ଏସ୍ପି
ଅମ୍ରିତପାଲ କୌର- ସୁନ୍ଦରଗଡ଼ ଏସ୍ପି