fbpx

ରେଲୱେ ଟ୍ରାକରେ ରିଲ୍ସ ବନାଇବା ହେଲା କାଳ, ୨ମୃତ

ନୂଆଦିଲ୍ଲୀ : ରିଲ୍ ତିଆରି କରିବାର ଇଚ୍ଛା ଦୁଇ ସାଙ୍ଗଙ୍କୁ ମୁତ୍ୟୁ ମୁଖକୁ ଟାଣିନେଇଥିବା କଥା ସାମ୍ନାକୁ ଆସିଛି। ଦିଲ୍ଲୀର କାଣ୍ଟି ନାଗର ଅଞ୍ଚଳର ଦୁଇଜଣ ସାଙ୍ଗ ରେଳ ଟ୍ରାକରେ ରିଲ୍ ତିଆରି କରିବାକୁ ଆସିଥିଲେ। ଉଭୟ ଟ୍ରେନରେ ଧକ୍କାର ଶିକାର ହୋଇଥିଲେ। ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ଦୁଇ ବନ୍ଧୁ କାଣ୍ଟି ନାଗର ଫ୍ଲାଏ ଓଭର ନିକଟରେ ମୋବାଇଲରୁ ରିଲ ତିଆରି କରୁଥିଲେ।

ମୃତକ ଦୁଇଜଣ ୨୩ ବର୍ଷୀୟ ଭାନଶ ଶର୍ମା ଏବଂ ୨୦ ବର୍ଷୀୟ ମୋନୁ ବୋଲି ଚିହ୍ନଟ କରାଯାଇଛି । ଉଭୟ କାଣ୍ଟି ନଗର ସମ୍ପ୍ରସାରଣର ବାସିନ୍ଦା ବୋଲି କୁହାଯାଉଛି। ପୋଲିସର ସୂଚନାନୁସାରେ, ଫେବୃଆରୀ ୨୨ ରେ ଶାହାଦରା ପୋଲିସ ଷ୍ଟେସନରେ ସନ୍ଧ୍ୟା ପାଞ୍ଚରୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ରେଲୱେ ଟ୍ରାକରୁ ଏକ ମୋବାଇଲ୍ ଫୋନ୍ ମଧ୍ୟ ଉଦ୍ଧାର କରାଯାଇଥିବା ପୋଲିସ କହିଛି। ଏହା ଜାଣିବାକୁ ମିଳିଛି ଯେ, ଉଭୟ ମୋବାଇଲରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରୁଥିଲେ। ୨୨ ଫେବୃଆରୀ ସନ୍ଧ୍ୟାରେ ମଧ୍ୟ ଉଭୟ ଭିଡିଓ କରିବା ପାଇଁ ରେଳ ଟ୍ରାକରେ ପହଞ୍ଚିଥିଲେ। ଏହି ଘଟଣାର ତଦନ୍ତ ଚାଲିଛି ।

Get real time updates directly on you device, subscribe now.