ନୂଆଦିଲ୍ଲୀ: ଆଜିକାଲି ସ୍ମାର୍ଟଫୋନ୍ ମାଧ୍ୟମରେ ବହୁତ ଜରୁରୀ କାମ ଘରେ ବସି କରାଯାଇ ପାରୁଛି । ଏପରି ସ୍ଥିତିରେ କୌଣସି ଆପ୍ ଆପଣଙ୍କ ଫୋନ୍ର କ୍ୟାମେରା ବ୍ୟବହାର କରିବା ସହିତ କଲ ରେକର୍ଡ ପରି ପରି କାମ ଲୁଚି ଛପି କରୁଥିଲେ ଏହାଠାରୁ ଭୟାନକ ଆଉ କିଛି ବି ହୋଇ ନ ପାରେ । ସାଇବର ସୁରକ୍ଷା ବିଶେଷଜ୍ଞ ଏପରି ଏକ ଆଣ୍ଡ୍ରଏଡ୍ ବ୍ୟାଙ୍କିଂ ଟ୍ରୋଜନ SpyNote ବିଷୟରେ ଚେତାବନୀ ଦେଇଛନ୍ତି ଯାହା ଆପ୍ରେ ଲୁଚି ରହି ତଥ୍ୟ ଚୋରୀ କରୁଛି ।
ବିଶେଷଜ୍ଞଙ୍କ ମତ ଏହି ମାଲୱେୟାର ଫୋନ୍ର ଅନ୍ୟ ସଫ୍ଟୱେୟାର ଅପଡେଟସ୍କୁ ନକଲ କରି ଫୋନ୍ର ଆକ୍ସେସ୍ କରିଥାଏ । ଏହାର ଲକ୍ଷ୍ୟ ଜରୁରୀ ମେସେଜ୍ ଓ ବ୍ୟାଙ୍କିଂ ତଥ୍ୟ ଚୋରୀ କରିବା । ସାଇବର ସୁରକ୍ଷା କମ୍ପାନୀ ଏଫ୍ ସିକ୍ୟୁୟରର ବିଶେଷଜ୍ଞଙ୍କ ମତ ଏହି ମାଲୱେୟାର ଆପ୍ ଲୁଚି ଛପି ଫୋନ୍ର କ୍ୟାମେରାକୁ ବି ଆକ୍ସେସ୍ କରିନେବା ସହିତ, କଲ୍ ରେକର୍ଡ ଓ ଏସଏମଏସ ପଢିିବା ପରି କାମ କରିଥାଏ ।
ଏହି ମାଲୱେୟାର ଆପ୍କୁ ଫେକ୍ ଟେକ୍ସଟ୍ ମେସେଜ୍ ମାଧ୍ୟମରେ ପ୍ରସାର କରାଯାଉଛି । ୟୁଜର୍ସଙ୍କୁ ମେସେଜ୍ ପଠାଯାଉଥିବା ଲିଙ୍କକୁ ଟ୍ୟାପ କରିବାକୁ କୁହାଯାଉଛି ଓ ପରେ ଏହା ଆପଣଙ୍କ ଫୋନ୍ର ଏକ ଅଂଶ ପାଲଟିଯାଉଛି । ଏହା ରିସେଣ୍ଟ ଆପ୍ସ ଓ ହୋମ୍ ସ୍କ୍ରିନ୍ରେ ଲୁଚି ରହିଥାଏ ଫଳରେ ସିକ୍ୟୁରିଟି ସିଷ୍ଟମ ଏହାକୁ ଧରିପାରେ ନାହିଁ । ଏହି ଆପ୍କୁ ଫୋନ୍ ସେଟିଂକୁ ଯାଇ ରିମୁଭ୍ କରିବା ବି ସହଜ ନୁହେଁ ।
ଏହାକୁ ଡିଲିଟ୍ କରିବା ଲାଗି Malwarebytes ପରି ଟୁଲସ୍ର ଉପଯୋଗ କରନ୍ତୁ । ଗୁଗଲ ପ୍ଲେଷ୍ଟୋରରୁ Malwarebytes ଡାଉନଲୋଡ କରିବା ପରେ ଆପଣଙ୍କୁ କେବଳ ଫୋନ୍କୁ ସ୍କାନ କରିବାକୁ ହେବ । ଏହି ଉପାୟରେ କୌଣସି ପ୍ରକାର ମାଲୱେୟାର ଫୋନ୍ରେ ଥିଲେ ଏହା ସ୍ୱତଃ ଡିଲିଟ୍ କିମ୍ବା ଅନଇନଷ୍ଟଲ ହୋଇଯିବ ।