fbpx

ବିଜୟଙ୍କ ସାଂଘାତିକ ଅଭିଯୋଗ: ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ଦିବ୍ୟଶଙ୍କର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ହତ୍ୟା ଘଟଣାକୁ ନେଇ ରାଜନୈତିକ ବିବାଦ ବଢ଼ିବାରେ ଲାଗିଛି । ଆଜି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରିଥିଲେ ଦିବ୍ୟଶଙ୍କର ବୋଲି ବିଜୟ ଅଭିଯୋଗ କରିଛନ୍ତି । ତେବେ ଏହି ମାମଲାକୁ ନେଇ ଆଜି ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ମମିତାଙ୍କ ମାମଲାରେ ସେ ଆଜି ମତ ପ୍ରକାଶ କରି କହିଛନ୍ତି ଯେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ କରାଯାଇଥିଲା । ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିବା ସେ କହିଛନ୍ତି । ଏ ସମ୍ପର୍କରେ କିଛି ଟେଲିଫୋନ୍ କଲ୍ ରେକର୍ଡ ପୋଲିସ୍ କୁ ମିଳିଛି । ପୋଲିସ୍ ଏହାକୁ ସିଲ୍ କଭରରେ ତୃତୀୟ ମହଲକୁ ଦେଇସାରିଛି । ମନ୍ତ୍ରୀଙ୍କ ସମସ୍ତ କଲ୍ ରେକର୍ଡ ଯାଞ୍ଚ ହେଉ ବୋଲି କହିଛନ୍ତି ବିଜୟ ।

ଖାଲି ସେତିକି ନୁହେଁ ଆଗକୁ ସେ କହିଛନ୍ତି ଯେ, କିଛି ଅଣଓଡ଼ିଆ ଅଫିସର୍ ବି ସମ୍ପୃକ୍ତ ରହିଛନ୍ତି । ସେମାନେ ରିପୋର୍ଟକୁ ଚାପି ରଖିଛନ୍ତି । କେବଳ ମନ୍ତ୍ରୀ ନୁଅନ୍ତି, କିଛି ପ୍ରଭାବଶାଳୀ ବ୍ୟକ୍ତି ମଧ୍ୟ ସେଠାକୁ ଯାଉଥିଲେ । କାହିଁକି ଟିଆଇ ପରେଡ୍ କରାଯାଉନି, ଡିଆଇଜି ଓ ଏସପି କେସ୍ କୁ ଦୁର୍ବଳ କରୁଛନ୍ତି । ତଦନ୍ତରୁ ଯେମିତି ଲାଗୁଛି କଳାହାଣ୍ଡି ଓ ବଲାଙ୍ଗିରରେ ଫିଲ୍ମ ଶୁଟିଂ ହେଉଛି ।

Get real time updates directly on you device, subscribe now.