ସାପ ସହ କରୁଥିଲେ ଫେସବୁକ ଲାଇଭ, ଘଟିଗଲା ଏମିତି…

ରାଜସ୍ଥାନ: ସାପଧରାଳୀଙ୍କ ସାପ କାମୁଡ଼ାରେ ମୃତ୍ୟୁ । ରାଜସ୍ଥାନର ପାଲିରେ ଜଣେ ସାପ ଧରାଳୀଙ୍କୁ ଫେସବୁକ ଲାଇଭ ସମୟରେ କାମୁଡ଼ିଦେଲା ସାପ । ପ୍ରକୃତରେ ଶେଖାୱତ ନଗର ନିବାସୀ ୧୯ ବର୍ଷୀୟ ମନୀଷ ବୈଷ୍ଣବ ମଙ୍ଗଳବାର ଗୋଟିଏ ଅହିରାଜ ସାପକୁ ଧରିଥିଲେ, ଏବଂ ଏହାକୁ ଛାଡ଼ିବା ସମୟରେ ସାପ ତାଙ୍କୁ କାମୁଡ଼ିଥିଲା । ଅହିରାଜର ବିଷ ତାଙ୍କ ଶରୀରରେ ଖେଳିଯାଇଥିଲା, ତାଙ୍କୁ ଯୋଧପୁର ହସ୍ପିଟାଲକୁ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବିଷାକ୍ତ ସାପଙ୍କୁ ଧରୁଥିବା ମନୀଷଙ୍କ ସାପ କାମୁଡ଼ାରେ ମୃତ୍ୟୁ । ୧୯ ବର୍ଷ ବୟସରେ ମନୀଷ ପ୍ରାୟ ୨୦୦ ସାପ ଧରିଥିଲେ । ସେ ସାପଙ୍କୁ ଧରି ସୁରକ୍ଷିତ ସ୍ଥାନରେ ଛାଡୁଥିଲେ । ମଙ୍ଗଳବାର ମନୀଷ କ୍ଷେତରୁ ଏକ ବିଷଧର ଅହିରାଜକୁ ଧରିଥିଲେ ଏବଂ ନଦୀରେ ଏହି ବିଷାକ୍ତ ଅହିରାଜକୁ ଛାଡ଼ିବା ସମୟରେ ସେହି ସାପଟି ତାଙ୍କୁ କାମୁଡ଼ିଦେଇଥିଲା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଥରେ ତାଙ୍କ ଘରେ ଏକ ସାପ ପଶିଯାଇଥିଲା ସେ ସାହସ କରି ସେହି ସାପକୁ ଧରିଥିଲେ ଏବଂ ତାକୁ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଧୀରେ ଧୀରେ ମନୀଷ ଏହି କାମରେ ଏକ୍ସପର୍ଟ ହୋଇଚାଲିଥିଲେ । ଏହାଯୋଗୁଁ ଲୋକମାନେ ମଧ୍ୟ ଆଶ୍ୱସ୍ତି ଅନୁଭବ କରୁଥିଲେ । ମଙ୍ଗଳବାର ମନୀଷ କ୍ଷେତରୁ ଏକ ସାପ ଧରି ଏବଂ ଏହାକୁ ନଦୀରେ ଛାଡ଼ିବାକୁ ଯାଇଥିଲେ । ଏହାର ଭିଡିଓ ମଧ୍ୟ କରିଥିଲେ ଏହି ସମୟରେ ତାଙ୍କୁ ସାପଟି କାମୁଡ଼ିଥିଲା । ଆଉ ହସ୍ପିଟାଲ ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା ।

ସାପକୁ ଧରି ଜଙ୍ଗଲରେ ଛାଡ଼ିବାର ଭିଡିଓ ସୋସିଆଲ ମିଡିଆରେ ରହିଛି । ଯେଉଁଥିରେ ସେ ଲୋକଙ୍କୁ ସାପ ଧରିବା ସମୟରେ ସାବଧାନତା ରକ୍ଷା କରିବାକୁ କହୁଥିବାର ନଜର ଆସିଛନ୍ତି ।