(Video) ଛାତିରେ ଆଙ୍କିଲେ ରତନ ଟାଟାଙ୍କ ପ୍ରତିଛବି, କାରଣ ଜାଣିଲେ ଆପଣ ବି ଭାବବିହ୍ବଳ ହେବେ..

ନୂଆଦିଲ୍ଲୀ: ଅକ୍ଟୋବର 9 ତାରିଖରେ ଦୁନିଆକୁ ଅଲବିଦା କହିଥିଲେ ରତନ ଟାଟା । ତାଙ୍କ ଦେହାନ୍ତ ନେଇ ବର୍ତ୍ତମାନ ସୁଦ୍ଧା ମଧ୍ୟ ଦେଶରେ ଶୋକର ଛାୟା ଖେଳି ରହିଛି । ଏଯାଏଁ ମଧ୍ୟ ଫ୍ୟାନ୍ସ ତାଙ୍କୁ ଝୁରୁଥିବା ବେଳେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜାରି ରହିଛି । ଏହାରି ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ରତନ ଟାଟାଙ୍କୁ ଭଗବାନ ତୁଲ୍ୟ କହିବା ସହିତ ଛାତିରେ ଏକ ଟାଟୁ ମଧ୍ୟ କରିଛନ୍ତି । ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ୟୁଜର୍ସ ପ୍ରଶଂସା ମଧ୍ୟ କରୁଛନ୍ତି ।

ଯେତେବେଳେ ବ୍ୟକ୍ତି ଜଣଙ୍କୁ ପଚରାଗଲା କାହିଁକି ଏଭଳି କଲେ ବ୍ୟକ୍ତି ଜଣକ ଉତ୍ତର ଦେଇ ଭାବପ୍ରବଣ ହୋଇଯାଇଥିଲେ । ମାନବାବଦୀ ଦୃଷ୍ଟିକୋଣରୁ ସେ କେତେ ଧନୀ ଥିଲେ ତାହା ସ୍ପଷ୍ଟ ବାରି ହେଉଛି । ଭିଡିଓରେ ବ୍ୟକ୍ତିଜଣକ କହିଛନ୍ତି, କିଛି ବର୍ଷ ପୂର୍ବରୁ ତାଙ୍କ ବନ୍ଧୁଙ୍କୁ କ୍ୟାନ୍ସର ହୋଇଥିଲା । ସେ ଚିକିତ୍ସା ପାଇଁ ଅନେକ ବଡ ବଡ ଡାକ୍ତରଖାନାର ଚକ୍କର କାଟୁଥିଲେ । ସବୁ ଜାଗାରେ ଅଧିକ ଟଙ୍କା କହୁଥିବା ବେଳେ ତାଙ୍କୁ ଟାଟା କ୍ୟାନ୍ସର ବିଷୟରେ ଜଣାପଡିଥିଲା । ଟାଟା କ୍ୟାନ୍ସର ହସ୍ପିଟାଲରେ ମାଗଣାରେ ଚିକିତ୍ସା ହେଉଥିବା ଜାଣି ସେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ରତନ ଟାଟା ପ୍ରତିଦିନ ଅନେର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ସେ ରତନ ଟାଟାଙ୍କୁ ରିୟଲ ଲାଇଫ ଗାର୍ଡ ମଧ୍ୟ କହିଛନ୍ତି । ତେବେ ଏହି ଭିଡିଓକୁ ଦେଖି ଅନେକ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, ଭାରତ ଏକ ବଡ କୋହିନୂରକୁ ହରେଇଛି । ଅନ୍ୟଜଣ ଲେଖିଛନ୍ତି ବିଶ୍ବର ଏମିତି ଜଣେ ବ୍ୟକ୍ତି ତାଙ୍କୁ ହଜାରେ ଲୋକ ଗାଳି ଦେଉଛନ୍ତି ଏବଂ ହଜାରେ ଲୋକ ଭଲ ମଧ୍ୟ ପାଉଛନ୍ତି ।

 

 

 

 

 

View this post on Instagram

 

A post shared by Mahesh Chavan (@themustache_tattoo)

Get real time updates directly on you device, subscribe now.