ଭୁବନେଶ୍ୱର, ୨୨ା୪(ଓଡ଼ିଶା ଭାସ୍କର): କେନ୍ଦ୍ର ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ମାଣବସା ଗୁରୁବାର । ୩ଟି ସାଂସ୍କୃତିକ ପରମ୍ପରାକୁ ସ୍ଥାନ ଦେଇଛନ୍ତି କେନ୍ଦ୍ର ସରକାର । ସେହି ତାଲିକାରେ ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟା ସାମିଲ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।
‘ଇନଟାଞ୍ଜିବଲ୍ କଲଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ଟି ମହାନ ସାସ୍କୃତିକ ପରମ୍ପରାକୁ ଭାରତ ସରକାର ସାମିଲ କରିଛନ୍ତି । ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ଏହି ତାଲିକାରେ ସାମିଲ କରଯାଇଛି ।
— Dharmendra Pradhan (@dpradhanbjp) April 22, 2020
ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ @narendramodi ଜୀ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ @prahladspatel ଙ୍କୁ ଧନ୍ୟବାଦ ।
— Dharmendra Pradhan (@dpradhanbjp) April 22, 2020