fbpx

HRର ପର୍ଦ୍ଦାଫାସ୍ କଲେ ମ୍ୟାନେଜର, ନକଲି Biodata ପାଇଁ ଟିମକୁ ଛଟେଇ

ନୂଆଦିଲ୍ଲୀ: ସାଧାରଣତଃ ଗୋଟିଏ କମ୍ପାନୀରେ ଯୋଗ ଦେବା ପୂର୍ବରୁ ବାୟୋଡାଟା ଅବଶ୍ୟକ ହୋଇଥାଏ । ଏହା ଆଧାରରେ କମ୍ପାନୀର ବିଭିନ୍ନ ପଦବୀ ପାଇଁ ଜଣେ ଅବେଦନ କରିଥାଏ । ଆଜିକାଲି HRଙ୍କ ନିକଟକୁ ଅଧିକାଂଶ ଇ-ମେଲ ମାଧ୍ୟମରେ ବାୟୋଡାଟା ପଠାଯାଏ । ସର୍ଟଲିଷ୍ଟ ହୋଇଥିବା ବାୟୋଡାଟା ଆଧାରରେ ପ୍ରାର୍ଥୀଙ୍କ ସାକ୍ଷାତକାର ପରେ କମ୍ପାନୀ ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରାର୍ଥୀଙ୍କୁ ନିଯୁୁକ୍ତି ପାଇଁ ଚୟନ କରିଥାନ୍ତି । ଜଣେ ଭଲ HR କମ୍ପାନୀ ପାଇଁ ଆସେଟ୍ ଭଳି । କିନ୍ତୁ ନିକଟରେ ଏକ ଜାଲ ବାୟୋଡାଟାକୁ ନେଇ କମ୍ପାନୀ ପୁରା ଟିମକୁ ଛଟେଇ କରିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂତ୍ରରୁ ପ୍ରକାଶ ଜନୈକ କମ୍ପାନୀର ମ୍ୟାଜେର ତାଙ୍କ କମ୍ପାନୀର ଆବେଦନ ଟ୍ରାକିଂ ସିଷ୍ଟମ(ATS) ରେ ଥିବା ଗଡ଼ବଡ଼କୁ ଯାଞ୍ଚ୍ କରିବା ପାଇଁ ଏକ ଯୋଜନା କରିଥିଲେ । କହିରଖୁଛୁ ATS ଦ୍ୱାରା ଚାକିରି ଆବେଦନକାରୀଙ୍କ ବାୟୋଡାଟାଗୁଡ଼ିକ ବ୍ୟାପକ ଭାବେ ଚୟନ କରାଯାଇଥାଏ । ପୂର୍ବ ଯୋଜନା ଅନୁଯାୟୀ ମ୍ୟାନେଜର ଜଣଙ୍କ HRଙ୍କ କାର୍ଯ୍ୟ ଯାଞ୍ଚ୍ କରିବା ପାଇଁ ଜାଲ ନାଁ ଓ ଅନ୍ୟାନ୍ୟ ବିବରଣୀ ଦେଇ ଏକ ବାୟୋଡାଟା ପ୍ରସ୍ତୁତ କରିଥିଲେ । ପରେ ଏହି ବାୟୋଡାଟାକୁ ଇ-ମେଲ ଯୋଗେ HRଙ୍କ ନିକଟକୁ ପଠାଇଥିଲେ । ଏହାର କିଛି ସମୟ ପରେ ଟ୍ରାକିଂ ସିଷ୍ଟମର ରିଭ୍ୟୁ ବିନା ଅଟୋମେଟିକାଲି ପ୍ରାର୍ଥୀଙ୍କ ଆପ୍ଲିକେସନ ରିଜେକ୍ଟ କରିଥିଲା । ଏହା ପରେ ମ୍ୟାନେଜର ଜଣଙ୍କ ପୁରା ଟିମକୁ କମ୍ପାନୀରୁ ଛଟେଇ କରିଥିଲେ । ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ସେ ଲେଖିଥିଲେ, ‘ମୋ ବାୟୋଡାଟା ରିଜେକ୍ଟ ହେବା ନେଇ ମୁଁ ଚକିତ । HR ମୋ ବାୟୋଡାଟା ରିଭ୍ୟୁ ନକରି ରିଜେକ୍ଟ କରିଥିଲା । ତାଙ୍କ କାମଚୋରି ପଦାରେ ପଡ଼ିଲା ।’ ମ୍ୟାନେଜରଙ୍କ ଏଭଳି ପଦକ୍ଷେପ ପାଇଁ ଅନେକ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

 

Get real time updates directly on you device, subscribe now.