ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ । ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ । ଅମ୍ରିତ, ମୃତୁଞ୍ଜୟ ଓ ଦିନେଶକୁ ରିମାଣ୍ଡରେ ନେଇଛି ଇନଫୋସିଟି ପୋଲିସ । ଝାରପଡ଼ା ଜେଲରୁ ସୁରକ୍ଷା ବଳୟରେ ସେମାନଙ୍କୁ ଇନଫୋସିଟି ଥାନାକୁ ନିଆଯାଇଛି । ସମୟ କମ ଥିବାରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଥିବା ଡିସିପି କହିଛନ୍ତି । ଏହା ସହ ଆବଶ୍ୟକ ପଡ଼ିଲେ କ୍ରାଇମସିନର ରିକ୍ରିଏସନ୍ ହେବ ବୋଲି ଡିସିପି କହିଛନ୍ତି ।
ତେବେ ଅମ୍ରିତ, ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯିବା ସହ ହତ୍ୟାକାଣ୍ଡ କେମିତି ସେମାନେ ଘଟାଇଥିଲେ ତାହାର ସତ ବାହାର କରିବ ପୋଲିସ । ଏହି ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ୱର ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (ଜେଏମଏଫସି) । ପୂର୍ବରୁ ୫ ଦିନ ରିମାଣ୍ଡ ପାଇଁ ଅନୁମତି ମାଗିଥିଲା କମିଶନରେଟ୍ ପୋଲିସ ।
ସୂଚନାଯୋଗ୍ୟ ଯେ, ମନୀଷ ତାଙ୍କର ୩ ଜଣଙ୍କ ସାଙ୍ଗଙ୍କ ସହିତ ପାତ୍ରପଡ଼ାର ଏକ ହୋଟେଲକୁ ଭୋର ସମୟରେ ଯାଇଥିଲେ । ହୋଟେଲରେ ବିଲ୍ ପେମେଣ୍ଟକୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ହୋଟେଲ ବାହାରେ ସାଙ୍ଗମାନେ ମନୀଷଙ୍କୁ ଆକ୍ରମଣ କରିଥିଲେ । ଏହି ଗଣ୍ଡଗୋଳରେ ମନୀଷଙ୍କୁ ମୃତ୍ୟୁ ଘଟିବାରୁ ପ୍ରମାଣ ନଷ୍ଟ କରିବାକୁ ସେମାନେ ମନୀଷଙ୍କ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ ପୂର୍ବରୁ ସୂଚନା ଦେଇଥିଲେ ଡିସିପି ।