fbpx

ମନୀଷ ସିସୋଦିଆଙ୍କୁ ଖୁବଶୀଘ୍ର ମିଳିବ ଆଶ୍ୱସ୍ତି! .. ଚନ୍ଦ୍ରଚୂଡ଼ଙ୍କର ଏହି ଉତ୍ତରରୁ ମିଳିଲା ଭରସା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମନୀଷ ସିସୋଦିଆ ସୋମବାର ଦିନ ପୁଣିଥରେ ସୁପ୍ରିମକୋର୍ଟଙ୍କ ପାଖରେ ଆବେଦନ କରିଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ଆମ୍ ଆଦମୀ ପାର୍ଟୀର ନେତା ମନୀଷ ସିସୋଦିଆଙ୍କ ପକ୍ଷରୁ ସିନିୟର ଆଡଭୋକେଟ ଅଭିଶେକ ମନୁ ସିଂଘବୀ କୋର୍ଟରେ ହାଜର ହୋଇଛନ୍ତି । ସେ କୋର୍ଟଙ୍କଠାରୁ ଜାମିନ ପିଟିସନରେ ଶିଘ୍ର ଶୁଣାଣିର ଅନୁରୋଧ କରିଛନ୍ତି । ଏହା ଉପରେ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଜବାବରେ ଏଭଳି କଥା କହିଛନ୍ତି, ଯେଉଁଥିରେ ସିସୋଦିଆଙ୍କ ଜେଲରୁ ବାହାରିବା ଆଶାକୁ ବଢାଇଦେଇଛି ।

ପ୍ରଥମେ ୪ ଜୁନରେ ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ଏବଂ ପବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରୁଜୁ ମାମଲାରେ କୋର୍ଟର ଭେକେସନ ବେଞ୍ଚ ସିସୋଦିଆଙ୍କ ଜାମିନ ପିଟିସନ ଉପରେ ବିଚାର କରିବାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ବର୍ତ୍ତମାନ ପୁଣିଥରେ ସେ ପିଟିସନ ଦାଖଲ କରି ତା ଉପରେ ବିଚାର କରିବାକୁ ଅନୁରୋଧ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ଶୁଣାଣି ପାଇଁ ସିସୋଦିଆଙ୍କ ପିଟିସନ ସୂଚୀବଦ୍ଧ କରିବାକୁ ବିଚାର କରିବ । ଏହାରି ମଧ୍ୟରେ ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ଆମେ ଦେଖୁଛୁ ।

ସିଜେଆଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ, ମନୀଷ ସିସୋଦିଆ ୧୬ ମାସ ହେବ ଜେଲରେ ଅଛନ୍ତି । କୋର୍ଟ କହିଛନ୍ତି ଯେ, ମାମଲାର ଶୁଣାଣି ସଂପୂର୍ଣ୍ଣ ହେବା ଆବଶ୍ୟକ । ହେଲେ ଏହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ମୁଁ ଏସଏଲପି ରୁଜୁ କରିଥିଲି, ତାହା ୩ ଜୁଲାଇ ପରେ ପୁଣିଥରେ ପିଟିସନ ଦାଖଲ କରିବାକୁ ଅନୁମତି ଦେଇଥିଲେ । ତାଲିକା ପାଇଁ କୋର୍ଟ ଅନୁମତି ଦେଇଥିଲେ । ଏହାକୁ ନେଇ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କଣ ଆପଣ ଇମେଲ କରୁଛନ୍ତି? ମୁଁ ଏହାକୁ ପୁଣିଥରେ ଦେଖିବି ।’

Get real time updates directly on you device, subscribe now.