fbpx

ନୂଆ ଦଳ ଗଢିବେ ଅମରିନ୍ଦର ସିଂ ! ପଞ୍ଜାବରେ ଜୋର ଧରିଲା ଚର୍ଚ୍ଚା

ଚଣ୍ଡିଗଡ: ପଞ୍ଜାବ ରାଜନୈତିକ ଅସ୍ଥିରତା ମଧ୍ୟରେ ଚର୍ଚ୍ଚା ଏବେ ଅମିରିନ୍ଦର ସିଂଙ୍କ ନୂଆ ପାର୍ଟିକୁ ନେଇ । ଆଗାମୀ କିଛିଦିନ ମଧ୍ୟରେ ଅମରିନ୍ଦର ରାଜ୍ୟରେ ଆଉ ଏକ ନୂଆ ଦଳ ଯାହାର ନାଁ ‘ପଞ୍ଜାବ ବିକାଶ ପାର୍ଟି’ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଗଠନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂତ୍ର ଅନୁଯାୟୀ, ପ୍ରାୟ ୧୨ ଜଣ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ଯୋଗାଯୋଗରେ ଅଛନ୍ତି । ଯେଉଁମାନେକି ଅମରିନ୍ଦରଙ୍କ ପରବର୍ତ୍ତୀ ପଦକ୍ଷେପ ନେଇ ତାଙ୍କ ସହ ପରାମର୍ଶ କରୁଛନ୍ତି । ଅମରିନ୍ଦର ସିଂ ମଧ୍ୟ ପଞ୍ଜାବର କିଛି କୃଷକ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି । ବୁଧବାର ଅମରିନ୍ଦର ସିଂ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସାକ୍ଷାତ କରିବା ପରେ ସେ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଜୋର୍‌ ଧରିଥିଲା । ମାତ୍ର ଗୁରୁବାର ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଅମରିନ୍ଦର । ସେ ଏନେଇ ସ୍ପଷ୍ଟ କରି କହିଛନ୍ତି ଯେ, ‘ମୁଁ ବିଜେପିରେ ଯୋଗ ଦେଉନାହାଁନ୍ତି, କିନ୍ତୁ କଂଗ୍ରେସ ସହିତ ମଧ୍ୟ ନାହିଁ । ମୁଁ କୃଷକ ଆନ୍ଦୋଳନ ବାବଦରେ ଚର୍ଚ୍ଚା କରିବାକୁ ଆସିଥିଲି ।

‘ଅମରିନ୍ଦର ସିଂ ଏହା ମଧ୍ୟ କହିଛନ୍ତି ଯେ, ସେ ଆଉ କଂଗ୍ରେସ ଦଳର ଅଂଶ ନୁହଁନ୍ତି ଏବଂ ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂ ସିଦ୍ଧୁ କଦାପି ଜିତି ପାରିବେ ନାହିଁ । ଅମରିନ୍ଦରଙ୍କ ଏପରି ବୟାନ ପରେ ସେ ରାଜ୍ୟରେ ଆଉ ଏକ ଦଳ ଗଠନ କରିବାର ଚର୍ଚ୍ଚା ଅଧିକ ଉଜ୍ଜିବିତ ହୋଇ

Get real time updates directly on you device, subscribe now.