fbpx

ଗେଣ୍ଡୁ ଫୁଲ ଦ୍ୱାରା ତ୍ୱଚାକୁ ରଖନ୍ତୁ ସତେଜ; ଜାଣନ୍ତୁ କିପରି କରିବେ ବ୍ୟବହାର

ଫୁଲ ସମସ୍ତଙ୍କର ବହୁତ ପସନ୍ଦ ହୋଇଥାଏ । ଫୁଲ ସବୁବେଳେ ପୂଜାରେ କିମ୍ବା ପବିତ୍ର କାର୍ଯ୍ୟରେ ବ୍ୟବହାର ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫୁଲ ଆପଣଙ୍କ ତ୍ୱଚାକୁ ମଧ୍ୟ ବହୁତ ସୁନ୍ଦର କରିପାରିବ । ଏହି ଫୁଲ ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ମଧ୍ୟ ବ୍ୟବହାର ହୋଇଥାଏ । କିନ୍ତୁ କେବଳ ଅଳ୍ପ କିଛି ଫୁଲ ହିଁ ଅଛି ଯାହା ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ । ଆପଣ ସମସ୍ତେ ନିଶ୍ଚିତ ଗେଣ୍ଡୁ ଫୁଲ ଦେଖିଥିବେ । ସମସ୍ତେ ଏହାର ସୁଗନ୍ଧ ଦ୍ୱାରା ଆକର୍ଷିତ ହୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ତ୍ୱଚାକୁ ଉଜ୍ଜ୍ୱଳ କରିବା ପାଇଁ ଗେଣ୍ଡୁ ଫୁଲ ମଧ୍ୟ ବ୍ୟବହାର କରାଯାଇପାରେ । ତେବେ ଜାଣି ରଖନ୍ତୁ ଗେଣ୍ଡୁ ଫୁଲ ବ୍ୟବହାର ଦ୍ୱାରା ଚେହେରା ସଫା ଏବଂ ଉଜ୍ଜ୍ୱଳ କରିହେବ ।

ଗେଣ୍ଡୁ ଫୁଲ ସାହାଯ୍ୟରେ, ଆପଣ ଆପଣଙ୍କ ତ୍ୱଚା ଚମକାଇ ପାରିବେ ଏବଂ ପ୍ରାକୃତିକ ଭାବରେ ସୁନ୍ଦର ହୋଇପାରିବେ । ଧୀରେ ଧୀରେ ବୟସ ବଢିବା ସହିତ ଏହାର ପ୍ରଭାବ ତ୍ୱଚାରେ ମଧ୍ୟ ଦେଖାଯିବା ଆରମ୍ଭ କରେ । ଗେଣ୍ଡୁ ଫୁଲ ଭିତରେ ଗ୍ଲାଇକୋପ୍ରୋଟେନ୍ ଏବଂ ନ୍ୟୁକ୍ଲିଓପ୍ରୋଟେନ୍ ରହିଛି, ଯାହା ଭିତରୁ ନୂତନ କୋଷ ବିକଶିତ ହୋଇଥାଏ । ଯଦି ଆପଣ ଏହାକୁ ମୁହଁରେ ଲଗାନ୍ତି, ତେବେ ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ବହୁତ ସାହାଯ୍ୟ କରିଥାଏ ।

ଶୀତଦିନେ ତ୍ୱଚା ବହୁତ ଶୁଷ୍କ ହୋଇଯା ଏପରି ପରିସ୍ଥିତିରେ ଆପଣ ନିଜ ତ୍ୱଚା ପାଇଁ ଗେଣ୍ଡୁ ଫୁଲରେ ତିଆରି ହୋଇଥିବା ଟୋନର ବ୍ୟବହାର କରିପାରିବେ । ଏହାର ଟୋନର ତିଆରି କରିବା ପାଇଁ ଚାରି ରୁ ପାଞ୍ଚଟି ଗେଣ୍ଡୁ ଫୁଲର ପାଙ୍ଖୁଡ଼ା ବାହାର କରି ଏହାକୁ କିଛି ପାଣିରେ ଫୁଟାନ୍ତୁ । ଯେତେବେଳେ ପାଣି ସଂପୂର୍ଣ୍ଣ ଫୁଟି ଅଳ୍ପ କିଛି ରହିଯିବ ସେତେବେଳେ ଏହାକୁ ଛାଣି ନିଅନ୍ତୁ । ସେହି ପାଣିରେ ଆଲୋବେରା ଜେଲକୁ ମିଶାନ୍ତୁ । ଆପଣ ଏହି ଟୋନରକୁ ସକାଳ ଏବଂ ସନ୍ଧ୍ୟାରେ ବ୍ୟବହାର କରିପାରିବେ । ଏହି ଟୋନର ଆପଣଙ୍କ ତ୍ୱଚାକୁ ଆର୍ଦ୍ରତା ରଖିବାରେ ସାହାଯ୍ୟ କରିଥାଏ ଏବଂ ତ୍ୱଚାରେ ଥିବା ଚମକ ମଧ୍ୟ ସତେଜ ରହିଥାଏ ।

Get real time updates directly on you device, subscribe now.