ଏହି ୩ ରାଶିର ଲୋକଙ୍କୁ ମିଳିବ ଧନଲାଭ ଓ ସଫଳତା; ମଙ୍ଗଳ କନ୍ୟା ରାଶିରେ ପ୍ରବେଶ କରିବେ
ଏହି ୩ ରାଶିର ଲୋକଙ୍କୁ ମିଳିବ ଧନଲାଭ ଓ ସଫଳତା
ଓଡିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୮ ଜୁଲାଇ ୨୦୨୫ରେ ସନ୍ଧ୍ୟା ୭ଟା ୫୮ ମିନିଟରେ ମଙ୍ଗଳ ଗ୍ରହ କନ୍ୟା ରାଶିରେ ଗୋଚର କରିବେ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ, କିନ୍ତୁ ତିନୋଟି ରାଶିର ଜାତକଙ୍କ ପାଇଁ ଏହି ଗୋଚର ବିଶେଷ ଭାବେ ଶୁଭ ଓ ଲାଭଦାୟକ ହେବ।
ଏହି ରାଶିଗୁଡ଼ିକ ହେଉଛି ସିଂହ, ବିଛା ଏବଂ ମକର। ଏହି ରାଶିର ବ୍ୟକ୍ତିମାନେ କ୍ୟାରିୟରରେ ବଡ଼ ସଫଳତା ଏବଂ ଧନଲାଭର ସୁଯୋଗ ପାଇବେ।
ସିଂହ ରାଶି: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ କନ୍ୟା ରାଶି ଗୋଚର ଅତ୍ୟନ୍ତ ଲାଭଦାୟକ ହେବ। ଏହି ସମୟରେ ଆକସ୍ମିକ ଧନଲାଭ ହେବାର ସମ୍ଭାବନା ରହିଛି। ନୂତନ ନିଯୁକ୍ତିର ସୁଯୋଗ ମିଳିବା ସହିତ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସଫଳତା ମିଳିବ।
ବିଛା ରାଶି: ବିଛା ରାଶିର ଜାତକଙ୍କ ପାଇଁ ମଙ୍ଗଳଙ୍କ ଗୋଚର ଅତି ଶୁଭ ହେବ। ଏହି ସମୟରେ ଆୟ ସହିତ ଲାଭ ବହୁତ ହେବ। ନୂଆ ବ୍ୟବସାୟ ବା କାମ ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସମୟ। ଏହି ବ୍ୟକ୍ତି ବିଶେଷଙ୍କୁ ସନ୍ତାନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବା ସହିତ ଗାଡ଼ି ବା ସମ୍ପତ୍ତି କିଣିବାରେ ମଧ୍ୟ ସଫଳତା ମିଳିବ।
ମକର ରାଶି: ମକର ରାଶିର ଜାତକଙ୍କ ପାଇଁ ମଙ୍ଗଳଙ୍କ କନ୍ୟା ରାଶି ଗୋଚର ଶୁଭଫଳଦାୟୀ ହେବ। କାମ ଓ ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା ସଫଳ ହେବ।ଏହି ରାଶିର ବ୍ୟକ୍ତି ବିଶେଷ ମାନେ ମାଙ୍ଗଳିକ ବା ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରି ସମ୍ମାନ ଅର୍ଜନ କରିବେ। ଛାତ୍ରମାନଙ୍କ ପାଇଁ ଏହି ସମୟ ଶୁଭ। ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଛାତ୍ରମାନେ ଭଲ ଫଳାଫଳ ହାସଲ କରିବେ।
ଜ୍ୟୋତିଷ ବିଶେଷଜ୍ଞମାନଙ୍କ ମତରେ, ଏହି ଗୋଚର ଏହି ତିନୋଟି ରାଶିର ଜାତକଙ୍କ ପାଇଁ ଆର୍ଥିକ ଓ ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଲାଭଦାୟକ ହେବ।