fbpx

ମଇ ପ୍ରଥମ ସପ୍ତାହରୁ ଆରମ୍ଭ ହେବ ରବିଧାନ ସଂଗ୍ରହ

Advertisement

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରବିଧାନ ୨୦୨୨ ସଂଗ୍ରହ ନିମନ୍ତେ ପଞ୍ଜୀକୃତ ଚାଷୀମାନଙ୍କ ପ୍ରଦତ ଧାନଚାଷ କରାଯାଇଥିବା ଜମିର ତଥ୍ୟ, ଜଳସେଚିତ ଜମିର ପରିମାଣ, ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡ ଆଦିର ଯାଞ୍ଚ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ଲୋକସେବା ଭବନଠାରେ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ପକ୍ଷରୁ ସାଟେଲାଇଟ୍‌ ଇମେଜରି ମାଧ୍ୟମରେ ଚାଷ କରାଯାଇଥିବା ପ୍ରକୃତ ଧାନଜମିର ସର୍ଭେ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।

ଚଳିତ ରବିଧାନ ସଂଗ୍ରହ ରାଜ୍ୟର ୧୭ଟି ଜିଲ୍ଲାରେ କରାଯାଉଥିବା ବେଳେ ସମସ୍ତ ୧୭ଟି ଜିଲ୍ଲାର ପ୍ରକୃତ ଧାନଚାଷ କରାଯାଇଥିବା ଜମିର ସର୍ଭେ କାର୍ଯ୍ୟ ସାଟେଲାଇଟ୍‌ ଇମେଜରି ମାଧ୍ୟମରେ କରାଯାଉଛି । ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର, ନିବନ୍ଧକ, ସମବାୟ ସମିତି ଡ. ଉଦ୍ଧବ ଚରଣ ମାଝି, ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସାକ୍ସେନା, ଓରସାକ୍‌ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି.କେ. ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।

Get real time updates directly on you device, subscribe now.