fbpx

DL ପାଇଁ ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ: ଏହି ତାରିଖରୁ ଓଡ଼ିଶାରେ ହେବ ଲାଗୁ

Advertisement

ଭୁବନେଶ୍ୱର: ଏଣିକି ଡ୍ରାଇଭିଂ ଲାଇସେନ୍‌ସର ଆବେଦନ ବେଳେ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହେବ । ଜାନୁଆରୀ ୨୬ରୁ ଡିଏଲ ନବୀକରଣ କିମ୍ବା ଲର୍ଣ୍ଣର୍ସ ଲାଇସେନ୍‌ସ ପାଇଁ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ। ସିଏମଭିଆର, ୧୯୮୯ ଅନୁଯାୟୀ ୪୦ବର୍ଷରୁ ଅଧିକ ବୟସର ଆବେଦନକାରୀଙ୍କ ପାଇଁ ଫର୍ମ 1Aରେ ଏକ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ରହିଛି।

ଏହା ସହ ନୂଆ ଲର୍ଣ୍ଣର୍ସ ଲାଇସେନ୍‌ସ କିମ୍ବା ଡିଏଲ ନବୀକରଣ ପାଇଁ ମଧ୍ୟ ଆବେଦନ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ପରିବହନ ବିଭାଗ ଏକ ନୂଆ ଅନଲାଇନ ଡାକ୍ତର ପଞ୍ଜିକରଣ ପୋର୍ଟାଲ ବିକଶିତ କରିଛନ୍ତି। ଏଥିରେ ପ୍ରାୟ ୧୬୭ ଏମବିବିଏସ ଡାକ୍ତର ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି। ସେମାନେ ଅନ୍‌ଲାଇନରେ ସାରଥୀ ପୋର୍ଟାଲରେ ଡିଏଲ ଏବଂ ଏଲଏଲ ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବେ । ଫଳରେ ଫର୍ମ 1aର କୌଣସି ଅପ୍‌ଲୋଡ କରିବା ଆଉ ଆବଶ୍ୟକ ହେବ ନାହିଁ।

Get real time updates directly on you device, subscribe now.