MKCG ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣା: ୪ ଡାକ୍ତର ବହିଷ୍କୃତ

ବ୍ରହ୍ମପୁର: ବ୍ରହ୍ମପୁର MKCG ର ୪ ଜଣ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି । MKCG ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ବରିଷ୍ଠ ରେସିଡେଣ୍ଟଙ୍କୁ ବହିଷ୍କୃତ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଜଣେ ପିଜି ରେସିଡେଣ୍ଟଙ୍କୁ ୬ ମାସ ଯାଏଁ କଲେଜ୍ କ୍ୟାମ୍ପସରେ ପ୍ରବେଶକୁ ନେଇ ବାରଣ ରହିଛି । DMETଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା MKCG ଡିନ୍ ସୁଚିତ୍ରା ଦାସ ସୂଚନା ଦେଇଛନ୍ତି ।