ପ୍ରେମରେ ପଡିବା ପରେ ପୁରୁଷମାନେ ନିଜ ପାର୍ଟନରଙ୍କୁ କହିଥାନ୍ତି ଏହି ମିଛ

ସମ୍ପର୍କରେ ଅନେକ ପୁରୁଷ ମିଛ କହିଥାନ୍ତି , ତେବେ ଏହି ମିଛ କହିବାର ଅନେକ ଗୁଡିଏ କାରଣ ମଧ୍ୟ ରହିଛି। କେତେବେଳେ ପ୍ରେମିକ ତାଙ୍କ ପ୍ରେମିକାକୁ ଖୁସିରେ ଦେଖିବାକୁ ଚାହାନ୍ତିି ତ କେତେ ବେଳେ ନିଜେ କହୁଥିବା କଥାକୁ ସତ ପ୍ରମାଣିତ କରିବା ପାଇଁ । ତେବେ ଏପରି କିଛି ମିଛ ଜାଣନ୍ତୁ ଯାହା ଅନେକାଂଶ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ କହିଥାନ୍ତି।

– ଅନେକ ସମୟରେ ଏକ ସମ୍ପର୍କରେ ଥାଇ ମଧ୍ୟ ଯେତେବେଳେ ପୁରୁଷଟିଏ ଅନ୍ୟ କେଉଁ ଝିଅ ସହ ଗପିବା ଆରମ୍ଭ କରନ୍ତି, ସେତେବେଳେ ସେ ନିଜକୁ ସିଙ୍ଗଲ ହିଁ କହିଥାନ୍ତି।

– ଅନେକ ସମୟରେ ପ୍ରେମିକାଙ୍କ ସହ ଥିଲା ବେଳେ ଯଦି ରାସ୍ତାରେ ସୁନ୍ଦରୀ ଝିଅଟିଏ ଯାନ୍ତି ପୁରୁଷ ଜଣକ ତାଙ୍କୁ ଚାହିଁଥାନ୍ତି। ମାତ୍ର ପ୍ରେମିକାକୁ ଖୁସି କରିବାକୁ ସେ ତାଙ୍କୁ ଦେଖି ନ ଥିବା କହିଥାନ୍ତି।

– ଅନେକ ପୁରୁଷ ନିଶା ଖାଉଥିଲେ ମଧ୍ୟ କୌଣସି ନିଶାଦ୍ରବ୍ୟ ନେଉ ନ ଥିବା ଭଳି ମିଛ ମଧ୍ୟ କହିବାକୁ ପଛାନ୍ତି ନାହିଁ।

– ଅନେକ ସମୟରେ ପ୍ରେମିକାଙ୍କୁ ଏହା ମଧ୍ୟ କହିଥାନ୍ତି ମୁଁ ତୁମକୁ ଏକା ଛାଡ଼ି ରହି ପାରିବି ନାହିଁ।

– ପାଖରେ ଟଙ୍କାଟିଏ ନ ଥିଲା ବେଳେ ପ୍ରେମିକାକୁ ଖୁସି କରିବା ପାଇଁ ତାଙ୍କ ପାଖେ ଅନେକ ଟଙ୍କା ଥିବା କେତେକ ପୁରୁଷ କହିଥାନ୍ତି।

– ତୁମେ ମୋ ଜୀବନର ପ୍ରଥମ ନାରୀ ।