ନୂଆଦିଲ୍ଲୀ: ଶନିବାର ଭାରତୀୟ ତଟରେ ଆରବ ସାଗରରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଜାହାଜରେ ବଡ଼ ଧରଣର ବିସ୍ଫୋରଣ ହେବା ପରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏହି ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି । ଏହି ଜାହାଜର ଚାଳକ ଦଳ (crew members)ରେ ୨୦ ଭାରତୀୟ ସାମିଲ ଥିଲେ । ୟୁନାଇଟେଡ୍ କିଙ୍ଗଡ଼ମ ମାରିଟାଶମ ଟ୍ରେଡ଼ ଅପରେସନ(UKMTO) ଅନୁଯାୟୀ ଗୁଜରାଟର ବୋରାୱଲରୁ ୨୦୦ କିମି ଦକ୍ଷିଣ ପଶ୍ଚିମ ଆରବ ସାଗରରରେ MV Chem Pluto ନାମକ ଏହି ସାମୁଦ୍ରିକ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା । ଏହି ଜାହାଜ ସାଉଦି ଆରବ ବନ୍ଦରରୁ ଅଶୋଧିତ ତୈଳ ନେଇ ମେଙ୍ଗାଲୁରୁରେ ପହଞ୍ଚିଥାନ୍ତା । ଏଜେନ୍ସି ରିପୋର୍ଟ ଅନୁଯାୟୀ ଏହି ସାମୁଦ୍ରିକ ଜାହାଜ ଇସରାଏଲ ସହ ଜଡ଼ିତ ଥିବା ନେଇ ସନ୍ଦେହ କରାଯାଉଥିଲା ।
ତେବେ ସଙ୍କଟରେ ଫସିଥିବା ଏହି ଜାହାଜକୁ ସମସ୍ତ ସହାୟତା ଯୋଗାଇ ଦେବା ପାଇଁ ତଟରକ୍ଷୀ ଜାହାଜ ଆଇସିଜିଏସ୍ ବିକ୍ରମ ଘଟଣାସ୍ଥଳରେ ପହଂଚିଥିଲା । ଏହା ସହ ଉକ୍ତ ଅଂଚଳରେ ସମସ୍ତ ଜାହାଜକୁ ସୁରକ୍ଷା ପ୍ରଦାନ କରିବା ପାଇଁ ହାଇଆଲାର୍ଟ ଜାରି କରାଯାଇଥିଲା ।