fbpx

ଟ୍ୱିନସିଟିରେ ଗଡିବନିି ମେଟ୍ରୋ ଟ୍ରେନ୍, ଜାଣନ୍ତୁ କ’ଣ କହିଲେ ପ୍ରତାପ?

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ପାଇଁ କୌଣସି ପ୍ରସ୍ତାବ ନାହିଁ । ଏନେଇ ଆଜି ବିଧାନସଭାରେ ସୁର ରାଉତରାୟଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, କଟକ ଓ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଚାଲିବା ନେଇ ପ୍ରସ୍ତାବ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସର୍ଭେ ହୋଇଥିଲା । ୨୦୪୧ ପର୍ଯ୍ୟନ୍ତ ଟ୍ୱିନସିଟିରେ ମେଟ୍ରୋ ଟ୍ରେନ୍ ଚାଲିବା ଅସମ୍ଭବ । ସର୍ଭେ ଅନୁସାରେ ଫିଜିବିଲିଟି ନଥିବାରୁ ଏହା ଆଗକୁ ବଢିପାରୁନି । ବାଲାଜି ରେଲ ଆଣ୍ଡ ରୋଡ ବର୍ଷାଲିଙ୍କୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିଲେ । ସେହିପରି କମ୍ପାନୀକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ଦେଇଛନ୍ତି । ପୁଣି ଥରେ ସର୍ଭେ କରିବାକୁ କେନ୍ଦ୍ର ପାଖରେ ଦାବି କରିବୁ ବୋଲି କହିଛନ୍ତି ମନ୍ତ୍ରୀ । କଟକରୁ ଚଣ୍ଡୀଖୋଲ ଓ ଭୁବନେଶ୍ୱରରୁ ପୁରୀ ଯାଏଁ ସମ୍ପ୍ରସାରଣ ପ୍ରସ୍ତାବ ଦେବୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.