CISFର ଦୁଇଟି ନୂଆ ବାଟାଲିୟନକୁ ଗୃହ ମନ୍ତ୍ରଣାଳୟର ଅନୁମୋଦନ, ଏତେ ହଜାର ଯୁବକଙ୍କୁ ମିଳିବ ଚାକିରି
ଦେଶରେ ସିଆଇଏସଏଫକୁ ସୁଦୃଢ଼ କରିବା ପାଇଁ ଗୃହ ମନ୍ତ୍ରଣାଳୟ ଦୁଇଟି ନୂଆ ବାଟାଲିୟନ ସୃଷ୍ଟିକୁ ଅନୁମୋଦନ କରିଛି । ସରକାରଙ୍କ ଏହି ନିଷ୍ପତ୍ତି କେବଳ ସିଆଇଏସଏଫର କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଜାତୀୟ ସୁରକ୍ଷାକୁ ଆହୁରି ମଜବୁତ କରିବ ।
ନୂଆଦିଲ୍ଲୀ: ବିମାନବନ୍ଦର ଏବଂ ପରମାଣୁ ଶକ୍ତି କେନ୍ଦ୍ର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେଉଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ପାଇଁ ଗୃହ ମନ୍ତ୍ରଣାଳୟ ୨,୦୦୦ ରୁ ଅଧିକ କର୍ମଚାରୀଙ୍କ ସହିତ ଦୁଇଟି ନୂଆ ବାଟାଲିୟନକୁ ଅନୁମୋଦନ କରିଛି ।
ନୂଆ ବାଟାଲିୟନ ଗଠନ ହେବା ସହିତ, ବାହିନୀର ସଂଖ୍ୟା ପ୍ରାୟ ୨ ଲକ୍ଷରେ ପହଞ୍ଚିବ । ଏହି ନିଷ୍ପତ୍ତି କେବଳ ସିଆଇଏସଏଫର କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଜାତୀୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ।
୨୦୦୦ ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇବେ: ମଙ୍ଗଳବାର ଦିନ ସିଆଇଏସଏଫର ଜଣେ ମୁଖପାତ୍ର କହିଛନ୍ତ ‘ଗୃହ ମନ୍ତ୍ରଣାଳୟ (ଏମଏଚଏ) ଦୁଇଟି ନୂଆ ବାଟାଲିୟନ ସୃଷ୍ଟିକୁ ମଞ୍ଜୁରୀ ଦେଇ ସିଆଇଏସଏଫର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣକୁ ଅନୁମୋଦନ କରିଛି ।
ସେ କହିଛନ୍ତି ଯେ, “ଏହି ନିଷ୍ପତ୍ତି, ସମ୍ପ୍ରତି ମଞ୍ଜୁରୀପ୍ରାପ୍ତ ମହିଳା ବାଟାଲିୟନ ସହିତ ମିଳିତ ଭାବରେ ବାହିନୀର କ୍ଷମତା ବୃଦ୍ଧି କରିବ, ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ ଏବଂ ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।’ ମୁଖପାତ୍ର କହିଛନ୍ତି ଯେ ସୋମବାର ମଞ୍ଜୁରୀ ମିଳିଛି ।
ଗତ ବର୍ଷ ମହିଳା ବାଟାଲିୟନକୁ ଅନୁମୋଦିତ କରାଯାଇଥିଲା: ଗତ ବର୍ଷ ଶେଷ ଭାଗରେ ଏହି ବାହିନୀ ପାଇଁ ଏକ ମହିଳା ବାଟାଲିୟନକୁ ଅନୁମୋଦନ କରାଯାଇଥିଲା । ଏହି ବାହିନୀରେ ବର୍ତ୍ତମାନ ୧୨ଟି ରିଜର୍ଭ ବାଟାଲିୟନ ଅଛୀ, ପ୍ରତ୍ୟେକରେ ୧,୦୨୫ ଜଣ କର୍ମଚାରୀ ଅଛନ୍ତି ।