fbpx

ଟ୍ୟୁସନରୁ ଫେରୁଥିବା ବେଳେ ଚାପିଦେଲା ହାଇୱା, ଘଟଣାସ୍ଥଳରେ ନାବାଳିକା ମୃତ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ଏକ ଦୁଃଖଦ ଘଟଣାରେ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ନାବାଳିକାଙ୍କୁ ହାଇୱା ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ଟ୍ରକଟି ଝିଙ୍କଡି ଛକ ନିକଟରେ ଝିଅଟିକୁ ପଛପଟୁ ଧକ୍କା ଦେଇଥିଲା। ମୃତ ଛାତ୍ରୀ ହେଉଛନ୍ତି ଡେରାବିଶ ବ୍ଲକ୍ ଅନ୍ତର୍ଗତ ବସପୁରର ସୁବାସ ଲେଙ୍କାଙ୍କ ଝିଅ ଲକ୍ଷ୍ମୀପ୍ରିୟା ଲେଙ୍କା। ଖବର ଅନୁଯାୟୀ, ଝିଅଟି ଟ୍ୟୁସନରୁ ନିଜ ଘରକୁ ଫେରୁଥିବା ଏହି ଅଘଟଣ ଘଟିଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଗାଡିଟିକୁ ଭଙ୍ଗାରୁଜା କରି ଟ୍ରକ ଡ୍ରାଇଭରକୁ ଆକ୍ରମଣ କରିଥିଲେ। ଏହାପରେ ମୃତ ଛାତ୍ରୀଙ୍କ ପରିବାର ଲୋକେ କ୍ଷତିପୁରଣ ଦାବିରେ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ମାର୍ଶାଘାଇ ଥାନା ଅଧିକାରୀ ପ୍ରଦୀପ କୁମାର କାନୁନଗୋ ଓ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କାରୁଛନ୍ତି।

Get real time updates directly on you device, subscribe now.