fbpx

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କଲେ ମିଥାଲି ରାଜ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟକ ମିଥାଲି ରାଜ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନ ସମୟରେ ଏନେଇ ମିଥାଲି ଘୋଷଣା କରିଛନ୍ତି । ଏହା ସହିତ ମିଥାଲି ତାଙ୍କର ୨୩ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନକୁ ଅଲବିଦା କହିଛନ୍ତି । ୩୯ ବର୍ଷିୟ ମିଥାଲି ଟ୍ୱିଟର୍‌ରେ ଆଜି ଏକ ଲମ୍ବା ପୋଷ୍ଟ ଲେଖି ଏହି ବିଷୟରେ ସୂଚନା ଦେଇଛନ୍ତି ।

ମିଥାଲି ତାଙ୍କ ବାର୍ତ୍ତାରେ ଲେଖିଛନ୍ତି ଯେ “ମୁଁ ଯେତେବେଳେ ଏକ ନୀଳ ଜର୍ସି ପିନ୍ଧି ମୋ ଦେଶକୁ ପ୍ରତିନିଧିତ୍ୱ କରୁଥିଲି, ସେତେବେଳେ ମୁଁ ଏକ ଛୋଟ ପିଲା ଥିଲି, ଏହି ଯାତ୍ରା ସବୁ ପ୍ରକାରର ମୁହୂର୍ତ୍ତ ଦେଖିବା ପାଇଁ ବହୁତ ଲମ୍ବା ଥିଲା, ଗତ ୨୩ ବର୍ଷ ମୋ ଜୀବନର ସର୍ବୋତ୍ତମ ମୂହୁର୍ତ୍ତ ଥିଲା। ଅନ୍ୟାନ୍ୟ ଯାତ୍ରା ପରି, ଏହି ଯାତ୍ରା ସମାପ୍ତ ହେବାକୁ ଯାଉଛି ଏବଂ ଆଜି ମୁଁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରୁଛି।”

Get real time updates directly on you device, subscribe now.