CHARIDHAM

ଆସନ୍ତାକାଲିଠୁ ୭ଟି ରୁଟରେ ଗଡ଼ିବ ମୋ ବସ୍, ଜାଣନ୍ତୁ କେଉଁ କେଉଁ ରୁଟ୍

ଭୁବନେଶ୍ୱର,୨୫ା୫(ଓଡ଼ିଶା ଭାସ୍କର): ଲକ ଡାଉନ ପାଇଁ ରାଜ୍ୟରେ ବସ ଚଳାଚଳ ବନ୍ଦ ଥିଲା । କିନ୍ତୁ ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ କଟକରେ ଗଡ଼ିବ ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟରେ ଅଣ ଶୀତତାପ ନିୟନ୍ତ୍ରିତ ବସ୍ ଅଧଘଣ୍ଟା ବ୍ୟବଧାନରେ ମୋ ବସ୍ ଚାଲିବ । ଏହାସହ ମୋ ବସରେ ଯାତ୍ରା ପାଇଁ ଗାଇଡ଼ଲାଇନ ଜାରି କରିଛି କ୍ରୁଟ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ୨ଟି ସହରରେ ଚାଲିବ ମୋ ବସ୍ । ବସରେ ଠିଆ ହୋଇ ଯାତ୍ରା କରିବା ପାଇଁ ଅନୁମତି ମିଳିନାହିଁ ଏବଂ ମାସ୍କ ପିନ୍ଧିବା ପାଇଁ ମଧ୍ୟ ବାଧ୍ୟତାମୂଳକ ହୋଇଛି । ୭ଟି ରୁଟ ଗୁଡ଼ିକ ହେଉଛି ବିମାନବନ୍ଦରରୁ ପଟିଆ ଦେଇ କଟକ ସିଡ଼ିଏ, ନନ୍ଦନ ବିହାରରୁ ମାଷ୍ଟରକ୍ୟାଣ୍ଟିନ, ମାଷ୍ଟରକ୍ୟାଣ୍ଟିନରୁ ରସୁଲଗଡ଼ ଦେଇ କଟକ, ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ଦେଇ ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନରୁ ଫାୟାର ଷ୍ଟେସନ ଦେଇ ସମ୍ ହସ୍ପିଟାଲ, ଡୁମଡୁମାରୁ ମାଷ୍ଟରକ୍ୟାଣ୍ଟିନ୍ ଦେଇ ମଞ୍ଚେଶ୍ୱର, ମାଷ୍ଟର କ୍ୟାଣ୍ଟିନରୁ ବରମୁଣ୍ଡା ଦେଇ ଏମ୍ସ ଯିବ ମୋ ବସ୍ ।