CHARIDHAM

ଅନଲାଇନ୍ କ୍ଲାସ୍ ବେଳେ ଫାଟିଗଲା ମୋବାଇଲ, ପରିବାରରେ ଭୟ

ଫୁଲବାଣୀ(ଓଡ଼ିଶା ଭାସ୍କର): ସାତ୍ତ୍ୱିକ୍ ସବୁଦିନ ଭଳି ଆଜି ମଧ୍ୟ ପଢ଼ୁଥିଲେ ଅନଲାଇନ୍ ରେ ପାଠ। ଠିକ୍ କ୍ଲାସ୍ ସରି ଆସିବା ବେଳକୁ ବିସ୍ପୋରଣ ହୋଇଗଲା ମୋବାଇଲ। ଫଳରେ ଶବ୍ଦ ଶୁଣି ଘର ଲୋକେ ଦଉଡ଼ି ଆସିଥିଲେ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ।

ସାତ୍ତ୍ୱିକ୍ ଫୁଲବାଣୀ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀର ଛାତ୍ର। କୋରାନା ମହାମାରୀ ଯୋଗୁଁ ଏବେ ସମସ୍ତ ଛାତ୍ରଛାତ୍ରୀ ଅନଲାଇନ ଯୋଗେ ପାଠ ପଢୁଛନ୍ତି। କିନ୍ତୁ ଆଜି ଅଳ୍ପକେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛି ସାତ୍ତ୍ୱିକ୍। ବର୍ତ୍ତମାନ ସେ ଭୟଭୀତ ହୋଇଥିବା କହିଛନ୍ତି। ତେବେ ଠାକୁରଙ୍କ କୃପାରୁ ସାତ୍ତ୍ୱିକଙ୍କୁ କୌଣସି ଆଘାତ ଲାଗିନଥିବା କହିଛନ୍ତି ବାପା ଲୋକନାଥ ପଟ୍ଟନାୟକ। ତେବେ ଏଥି ପ୍ରତି ସତର୍କ ନ ରହିଲେ ଅନଲାଇନ କ୍ଲାସ୍ ପିଲାଙ୍କ ପାଇଁ ଏକ ବଡ଼ ବିପଦ ଆଣିପାରେ ବୋଲି ଆଶଙ୍କା କରୁଛନ୍ତି ବୁଦ୍ଧିଜୀବୀ ।