(Video) ବାଃ ବାଃରେ….. ଭକ୍ତି ଝରିପଡ଼ୁଛି…. କାଳଭୈରବଙ୍କଠାରେ କେକ୍ ଭୋଗ….ଗର୍ଭଗୃହରେ କେକ୍ କାଟି ସମାଲୋଚିତ ହେଲେ ମଡେଲ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି । ଏମିତି କିଛି ଭିଡିଓ ଆସୁଛି ଯାହାକୁ ଦେଖିବା ପରେ ଲୋକେ ଚିନ୍ତାରେ ପଡ଼ିଯାଉଛନ୍ତି । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ମଡେଲ୍ ମନ୍ଦିର ଗର୍ଭଗୃହରେ କେକ୍ କାଟୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଉତ୍ତର ପ୍ରଦେଶ ବାରଣାସୀର କାଳଭୈରବ ମନ୍ଦିରର ଏ ଦୃଶ୍ୟ । ଜଣେ ମେଡଲ ଭୋଳାଶଙ୍କରଙ୍କୁ ପୂଜା କରିବା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ପୂଜକ ତାଙ୍କୁ ଏକ ମାଳ ପିନ୍ଧାଇବା ପରେ ସେ ଠାକୁରଙ୍କୁ ପ୍ରଣାମ କରୁଛନ୍ତି । ଗର୍ଭଗୃହରେ ଠାକୁରଙ୍କ ସାମ୍ନାରେ ଏକ କେକ୍ ରଖାଯାଇଥିଲା । ଠାକୁରଙ୍କୁ ମୁଣ୍ଡିଆ ମାରିବା ପରେ କେକ୍ କାଟିଥିଲେ । ପ୍ରଥମେ କିଛି ଅଂଶ କାଟି ଠାକୁରଙ୍କୁ ଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭାଇରାଲ ଭିଡିଓକୁ ନେଇ ଏବେ ଧାର୍ମିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଗର୍ଭଗୃହରେ କେକ୍ କଟାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହ ମଡେଲଙ୍କ କାର୍ଯ୍ୟକୁ ଘୋର ମାତ୍ରାରେ ନିନ୍ଦା ମଧ୍ୟ କରାଯାଉଛି । ଭିଡିଓରେ ଦେଖାଯାଉଥିବା ମହିଳାଙ୍କ ପରିଚୟ ମିଳିପାରି ନାହିଁ । କିନ୍ତୁ ସେ ଜଣେ ମଡେଲ ବୋଲି କୁହାଯାଉଛି ।