fbpx

(Video) ‘Melodi’ Moment Again: ମୋଦୀ-ମେଲୋନୀଙ୍କ ସେଲଫି ଓ ଭିଡିଓ ପୁଣି ଥରେ ସଭିଙ୍କ ଦିଲ୍ ଜିତିଲା

AAKASH

ନୂଆଦିଲ୍ଲୀ: ଇଟାଲିରେ ଅନୁଷ୍ଠିତ ହୋଇଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ପୁଣି ଥରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଇଟାଲି ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀଙ୍କ ସେଲଫି ପୁଣି ଥରେ ସୋସିଆଲ ମିଡ଼ିଆରେ ଟେଣ୍ଡ କରିଛି । ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ସେଲଫି ଓ ଭିଡିଓ ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ହୃଦୟ ଜିତି ନେଇଛି ।

ତେବେ ଇଟାଲି ପ୍ରଧାନମନ୍ତ୍ରୀ ମେଲୋନୀଙ୍କ ସହ ନିଜର ସେଲଫିକୁ ନେଇ ପିଏମ୍ ମୋଦୀ ପ୍ରତିକ୍ରିୟା ଦେଇଛନ୍ତି । ଜି-୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତକୁ ନିମନ୍ତ୍ରଣ କରିଥିବାରୁ ଏଥିପାଇଁ ମୋଦୀ ଇଟାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ସାକ୍ଷାତ ଅବସରରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ଶକ୍ତି, ପ୍ରତିରକ୍ଷା, ଦୂରସଞ୍ଚାର ଓ ଅନ୍ୟ କ୍ଷେତ୍ରକୁ ମଜବୁତ କରିବାର ତରିକା ଉପରେ ଆଲୋଚନା ହୋଇଥିଲା । ଦୁଇ ଦେଶ ଭବିଷ୍ୟତରେ ଜୈବ ଇନ୍ଧନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଖଣିଜ ପଦାର୍ଥ ଉପରେ ସହଯୋଗ ଜାରି ରଖିବେ ବୋଲି ମୋଦୀ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଦୁଇ ରାଷ୍ଟ୍ର ନେତାଙ୍କ ସେଲଫି ‘ମେଲୋଡି’ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା । ଗତବର୍ଷ ଡିସେମ୍ବର ମାସରେ ଦୁବାଇଠାରେ ଅନୁଷ୍ଠିତ ହୋଇଥିବା ୨୮ତମ କୋପ୨୮ ଅବସରରେ ଏହି ଦୁଇ ବିଶ୍ୱ ନେତା ସେଲଫି କ୍ଲିକ୍ କରିଥିଲେ । ଉକ୍ତ ସେଲଫିକୁ ମୋଦୀ ସୋସିଆଲ ମିଡ଼ିଆରେ ଶେୟାର କରିଥିବା ବେଳେ ମେଲୋନୀ ‘ଗୁଡ୍ ଫ୍ରେଣ୍ଡସ ଆଟ୍ କୋପ୨୮, ମେଲୋଡି’ ବୋଲି ଲେଖିଥିଲେ ।

Get real time updates directly on you device, subscribe now.