fbpx

ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ମହମ୍ମଦ ଶାମୀ! ମୁଣ୍ଡରେ ପଗଡ଼ି, ବେକରେ ଫୁଲମାଳ ନେଇ ପ୍ରସ୍ତୁତ କ୍ରିକେଟର

Advertisement

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ମହମ୍ମଦ ଶାମୀ ବର୍ତ୍ତମାନ ଦଳରୁ ବାଦ୍ ରହିଛନ୍ତି । ଆହତ ସମସ୍ୟା ଯୋଗୁଁ ଦକ୍ଷିଣ ଆଫ୍ରିକା ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ସାମିଲ ହୋଇ ପାରି ନାହାନ୍ତି । କିନ୍ତୁ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ଲଗାତାର ଜାରି ରହିଛି । ଶାମୀ ଏବଂ ପତ୍ନୀ ହସିନ ଜହାଁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଉଭୟ ଅଧିକାଂଶ ସମୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଛନ୍ତି । ତେବେ ବର୍ତ୍ତମାନ ଶାମୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ ବର ବେଶରେ ଶାମୀ ରହିଥିବା ବେଳେ ସେ କୁବଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି ।

शमी ने शेयर की फोटोज

ନିକଯରେ ରାଷ୍ଟ୍ରପତିଙ୍କ ହାତରୁ ଅର୍ଜୁନ ପୁରସ୍କାର ଗ୍ରହଣ କରି ଭାରତୀୟ କ୍ରିକେଟର ନାଁ ରଖିଛନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । କିନ୍ତୁ ଏହି ସଫଳ ବ୍ୟକ୍ତି ଏବଂ ସଫଳ ପ୍ରଦର୍ଶନ ପଛରେ ପତ୍ନୀ ହସିନ ଜହାଁଙ୍କ ସହ ବିବାଦକୁ ନେଇ ସେ ସର୍ବଦା ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଆଜି ଶାମୀ ନିଜ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଶାମୀ ମୁଣ୍ଡରେ ପଗଡ଼ି ବାନ୍ଧିଥିବା ବେଳେ, ଗଳାରେ ଫୁଲମାଳ ପକାଇଥିବା ଦେଖା ଯାଇଛନ୍ତି । ତେବେ ହଠାତ୍ ତାଙ୍କର ଏହି ଫଟୋକୁ ଦେଖି ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । କ୍ରିକେଟର ଶାମୀ ଖୁବଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ୟୁଜରମାନେ ଚର୍ଚ୍ଚା କରୁଛନ୍ତି । ହସିନଙ୍କୁ ଭୁଲି ଜୀବନର ଏକ ନୂଆ ଇନିଂସ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ମହମ୍ମଦ ଶାମୀ ।

घर पहुंचे हैं शमी

ତେବେ ଶାମୀ ଏହି ଫଟୋରେ ଏକ ସାଲ୍ କାନ୍ଧରେ ପକାଇଥିବା ମଧ୍ୟ ଦେଖାଯାଇଛି । ଏହାସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ମୋର ସମସ୍ତ ବନ୍ଧୁମାନଙ୍କୁ ଧନ୍ୟବାଦ୍ । ଆପଣମାନେ ମୋର ଏଭଳି ସ୍ୱାଗତ କଲେ ।’ ଏଥିରେ ଅନେକଗୁଡ଼ିଏ ହାସଟ୍ୟାଗ ଦେଇ ପୋଷ୍ଟ କରିଛନ୍ତି ଶାମୀ । ଏଥିରେ ‘ୱେଲକମ୍ ହୋମ୍’ ହାସଟ୍ୟାଗ ମଧ୍ୟ ସାମିଲ ରହିଛି । ତେବେ ଏଥିରୁ ଜଣାଯାଉଛି ଯେ, ଶାମୀ ବର୍ତ୍ତମାନ ନିଜ ଘରକୁ ପେରିଛନ୍ତି । ତେଣୁ ଘରେ ତାଙ୍କୁ ଏଭଳି ଭବ୍ୟ ସ୍ୱାଗତ କରାଯାଇଛି । ତେବେ ଏହି ଫଟୋକୁ ଦେଖି ଶାମୀଙ୍କୁ କିଛି ୟୁଜର ପଚାରିଛନ୍ତି ଯେ, ଶାମୀ ଭାଇ, କ’ଣ ଆପଣ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି କି? ତେବେ ଶାମୀଙ୍କ ବିବାହ ନେଇ ସେ କୌଣସି ସୂଚନା ଦେଇ ନାହାନ୍ତି ।

Get real time updates directly on you device, subscribe now.